୫ ପୁଲିସ ପରିବାର ସଦସ୍ୟଙ୍କୁ ଅପହରଣ

0

ଜାମ୍ମୁ-କାଶ୍ମୀର: ଦକ୍ଷିଣ କାଶ୍ମୀର ଅଞ୍ଚଳରୁ ୫ ଜଣ ପୁଲିସ ଅଧିକାରୀଙ୍କ ପରିବାରର ୯ ଜଣ ସଦସ୍ୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ଫୁଲ୍‍ୱାମା, ଅନନ୍ତନାଗ ଓ କୁଲ୍‍ଗାମ ଜିଲାରୁ ଏକ ସଙ୍ଗରେ ଆତଙ୍କବାଦୀମାନେ ଏହି ଅଭିଯାନ ଆରମ୍ଭ କରିଥିଲେ। ଅପହୃତ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ପୁଲିସ ବିଭାଗରେ କାମ କରୁଥିବା ଜଣାପଡ଼ିଛି।ଗୁରୁବାର ସନ୍ଧ୍ୟାରେ ଫୁଲ୍‍ୱାମା ଜିଲାରୁ ଜଣେ ପୁଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ କିଛି ସମୟ ପରେ ଛାଡ଼ି ଦେଇଥିଲେ। ଏହାପରେ ପରେ ୫ ପୁଲିସ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଅହପରଣ କରାଯାଇଛି। ଏହାପୂର୍ବରୁ ଟ୍ରାଲ୍‍ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କ ପୁଅକୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି।
ଅପରପକ୍ଷରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବା ପାଇଁ ଏଭଳି କରିଥିବା କୁହାଯାଉଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହିିତ ସେମାନେ ରହୁଥିବା ଘରଗୁଡ଼ିକୁ ପୋଡ଼ି ଦେଇଥିବା ଏବଂ ଆତଙ୍କବାଦୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ଆସିଥିଲା। ସୁରକ୍ଷାକର୍ମୀଙ୍କ କାର୍ଯ୍ୟର ପ୍ରତିବାଦ କରି ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେଣୁ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ପୁଲିସ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ନେଇଥିବା କୁହାଯାଉଛି। ପ୍ରାୟ ୨୮ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ଏଭଳି ଘଟଣା ଘଟିଛି।

Leave A Reply