ସୋମବାର ରାଶିଫଳ

0

ମେଷ: ଗୃହ ଉପକରଣ ସଂଗ୍ରହ କରିବେ। ଭୋଜି ଭାତରେ ଯୋଗଦେବାର ସୂଚନା ମିଳୁଛି। ଈର୍ଷା ପରିତ୍ୟାଗ କଲେ ସମ୍ମାନର ଅଧିକାରୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।
ବୃଷ: ବ୍ୟବସାୟ ଲାଭଜନକ ହେବ। ସେବା ଭାବନା ନେଇ କାର୍ଯ୍ୟ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ। ବନ୍ଧୁମାନଙ୍କ ଦ୍ୱାରା ବିଶେଷ ଉପକୃତ ହେବେ।
ମିଥୁନ: ଶିକ୍ଷାପ୍ରତି ଆଗ୍ରହୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ମନରେ ଅହଂଭାବ ଜାଗରିତ ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ସମ୍ମାନିତ ହେବେ।
କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ।
ସିଂହ: କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ। ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
କନ୍ୟା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ତୁଳା: ବିନା ପରାମର୍ଶ ଓ ସହାୟତାରେ ସ୍ୱାଧୀନ ମନୋଭାବ ନେଇ କାର୍ଯ୍ୟ କରିବା କଷ୍ଟପ୍ରଦ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ।
ବିଛା: ସେବା ପୂଜାରୁ ଆନନ୍ଦ ପାଇବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ଉତ୍ତମ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ଆଗୁଆ ହେବେ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଅର୍ଥପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚଞ୍ଚଳ ସ୍ୱଭାବର ହେବେ। କିଛି ସମୟ ନିରୋଳାରେ କାର୍ଯ୍ୟ କରିପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ସ୍ନେହଶୀଳ ହେବେ। ସୁଖୀ ହେବେ।
ମକର: ଚିନ୍ତାମୁକ୍ତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
କୁମ୍ଭ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟରେ ଲାଭବାନ ହେବେ। ଯଶ ଅର୍ଜନ କରି ଆତ୍ମ ତୃପ୍ତି ଲାଭ କରିବେ। ପାରିବାରିକ ସୁଖ ମିଳିବ।
ମୀନ: ସେବା ପୂଜା ଉପରେ ପ୍ରାଧାନ୍ୟ ଦେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନରେ ଭୋଗ-ବିଳାସରେ ଅତିବାହିତ ହୋଇପାରେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ହେବେ।

Leave A Reply