ସୁସ୍ଥ ରହିବା ପାଇଁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

0

ବରିଷ୍ଠ ବିଶେଷଜ୍ଞ ଡାକ୍ତର ନିଖିଳ ଗୁପ୍ତା ନିକଟରେ ଦିଲ୍ଲୀରେ ଏକ ସମ୍ମିଳନୀରେ ପ୍ରତ୍ୟେକ ବର୍ଗର ଲୋକ ଖାଦ୍ୟପାନୀୟ ବାବଦରେ ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି। ପ୍ରଦୂଷଣର ସ୍ତର ଯେଉଁ ଅନୁପାତରେ ବଢ଼ିଚାଲିଛି, ସେଥିରୁ ବର୍ତ୍ତିବା ପାଇଁ ସୁସ୍ଥ ଖାଦ୍ୟ ପ୍ରମୁଖ ଆବଶ୍ୟକତା।

ଲୌହଯୁକ୍ତ ଖାଦ୍ୟ ପ୍ରତିଦିନ ନ ହେଉ ପଛକେ, ସପ୍ତାହରେ ୩-୪ଥର ଖାଇବା ଉଚିତ। କଞ୍ଚା କଦଳୀ, ପାଳଙ୍ଗ ଶାଗ, ବିନ୍ସ, ଛତୁ ଇତ୍ୟାଦି ନିଜ ଭୋଜନରେ ସାମିଲ କରାଇବା ଆବଶ୍ୟକ। କାରଣ ଏସବୁ ନ ଖାଇଲେ ଆମର ରକ୍ତାଭାବଜନିତ ରୋଗ ହେବାର ଆଶଙ୍କା ରହିଛି।

ଭିଟାମିନ୍ ବି-ର ଅଭାବରେ ମନୁଷ୍ୟର ନର୍ଭସ୍‌ ସିଷ୍ଟମ୍‌‌ଜନିତ ରୋଗ ହେବାର ସମ୍ଭାବନା ଅଧିକ। ଦୈନିକ ଭାତ ଖାଇଲେ ଏ ଅସୁବିଧା ଉପୁଜେ ନାହିଁ।

ଭିଟାମିନ୍‌ ସିର ଅଭାବରେ ଦାନ୍ତରୁ ରକ୍ତ ବାହାରିଥାଏ। ଏଣୁ କମଳା, ଲେମ୍ବୁ ଇତ୍ୟାଦି ସପ୍ତାହରେ ୪-୫ଥର ଖାଇବା ଉଚିତ।

କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍‌ର ଅଭାବରେ ହାଡ଼ଜନିତ ରୋଗ ହେବା ସହ ଜିଙ୍କ୍ ଅଭାବରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଏ।

Leave A Reply