ସାପ କମୁଡାରେ ଯୁବକ ମୃତ୍ୟୁ ଅଭିଯୋଗ

ମୁରିବାହାଲ : ମୁରିବାହାଲ ଥାନା ଇଛାପରା ପଂଚାୟତ ରେଙ୍ଗାଲି ଗ୍ରାମକୁ ଦନାର ବରିହାଙ୍କ ପୁଅ ଅକ୍ଷୟ ବରିହା (୨୫) ଯୁବକ ଜଣକ ବେଲପରା ଥାନା ବିଲେଇମରା ଗ୍ରାମକୁ ତାଙ୍କର ଭିନୋଇ ମଧୁ ବରିହା ଘରକୁ ଆସିଥିଲେ। ସେଠାରେ ରବିବାର ରାତି ୨ ଟାରେ ଶୋଇଥିବା ସମୟରେ ବିଶାକ୍ତ ସାପ କାମୁଡିଥିଲା ତାଙ୍କ ଗ୍ରାମରେ ଝଡାଫୁଙ୍କା କରିଥିଲେ ତାପରେ ତାଙ୍କର ଭିନୋଇ ରେଙ୍ଗାଲି ଗ୍ରାମକୁ ଆଣିଥିଲେ। ଏହିସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ସଂଗ୍ରାମ କେଶରୀ ନାଏକ ଯୁବକକୁ ପରୀକ୍ଷା କଲା ପରେ ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ମୁରିବାହାଲ ଏଏସଆଇ ପଦ୍ମନାଭ ରାଉତ ଶବକୁ ଜବତ କରି କଣ୍ଟାବାଞ୍ଜି ପୋଷ୍ଟମଟମ ପାଇଁ ପଠାଇଥିଲେ କିନ୍ତୁ ସେଠି ତାଙ୍କର ସ୍ତ୍ରୀ ବ୍ୟବଚ୍ଛେଦ ପାଇଁ ମନା କରିଥିଲେ। ପୁଲିସ କେସ ନଂ ୮/୨୦୨୦ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ସୂଚନା ମିଳିଛି।