ସବୁଠୁ ସୁନ୍ଦର ତଟ ‘ନାବୋଜିୟା’

0

ଅବସର ବିନୋଦନ ନିମନ୍ତେ ଏବେ ମଧ୍ୟ ୫୫%ରୁ ଅଧିକ ଲୋକ ସମୁଦ୍ର କୂଳ ସ୍ଥାନକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହିଭଳି ଏକ ତଟ ହେଉଛି ଗ୍ରୀସ୍‌‌ ଅନ୍ତର୍ଗତ ନାବୋଜିୟା ସମୁଦ୍ର କୂଳ। ୧୯୮୦ ପରଠାରୁ ଏହି ସମୁଦ୍ରକୂଳର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା। ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ପର୍ୟ୍ୟଟକ ନିମୟିତ ଭାବେ ଏହାକୁ ଏକ ସୁନ୍ଦର ଭ୍ରମଣ ସ୍ଥାନ ଭାବେ ବିବେଚନା କରିଛନ୍ତି। ୩ ପାର୍ଶ୍ବରେ ପାହାଡ଼ ଥିବା ସହ ଏହି ସମୁଦ୍ରକୂଳର ମୁଖ୍ୟ ଆକର୍ଷଣ ହେଲା ଏକ ପୁରାତନ ଜାହାଜ। ପ୍ରାୟ ୫୦୦ ବର୍ଷ ପୁରାତନ ଏଇ ଜାହାଜ ଏବେ ମଧ୍ୟ କୂଳରେ ରହିଛି। ସେସମୟରେ ଜଳଦସ୍ୟୁଙ୍କ ଲୁଚିବା ନିମନ୍ତେ ନାବୋଜିୟା ଏକ ସର୍ବୋତ୍କୃଷ୍ଟ ସ୍ଥାନ ଥିଲା। ଏଣୁ କୌଣସି କାରଣବଶତଃ ସେମାନେ ଏହି ଜାହାଜକୁ ଛାଡ଼ିଦେଇଥିବାର ମତ ମିଳେ। ଜାହାଜରୁ ଉଦ୍ଧାର ହୋଇଥିବା ଅନେକ ସାମଗ୍ରୀ ସେଠା ସଂଗ୍ରହାଳୟରେ ସ୍ଥାନିତ। ସ୍ଥାନୀୟ ସରକାର ଏହି ପୁରାତନ ଜାହାଜର ରକ୍ଷଣାବେକ୍ଷଣ ଭଲଭାବେ କରୁଛି। ଏହା ସହ ଏହି ସମୁଦ୍ରକୂଳକୁ ଖୁବ୍ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି। ସମୁଦ୍ର ପାଣି ଏତେ ପରିଷ୍କାର ଯେ ସାମୁଦ୍ରିକ ଜୀବମାନେ ସ୍ପଷ୍ଟ ଦେଖାଯାଇଥାନ୍ତି। ନାବୋଜିୟା ସମୁଦ୍ରରେ ଲହରୀ ମଧ୍ୟ ବେଶୀ ହୋଇନଥାଏ। ଆସନ୍ନ ବିପଦର ସୂଚନା ନଥିବା କାରଣରୁ ଲୋକେ ଆରାମରେ ସନ୍ତରଣ କରିଥାନ୍ତି।

Leave A Reply