ସବରକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ମହାନ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁତ୍ବ ଆଦର୍ଶବାଦୀ ବିନାୟକ ଦାମୋଦାର ସବରକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଜନାଥ ସିଂହ, ଅରୁଣ ଜେଟଲୀଙ୍କ ସମେତ ବିଜେପିର ପ୍ରମୁଖ ନେତମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସବରକରଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ମୋଦୀ ଟୁଇଟ୍ କରିଛନ୍ତି ଯେ ‘ସବରକରଙ୍କ ନିକଟରେ ଆମେ ନତମସ୍ତକ। ଏକ ଶକ୍ତ ଭାରତ ଗଠନ ପାଇଁ ସବରକର ଯେଉଁ ସାହସ, ଦେଶଭକ୍ତି ଦେଖାଇଛନ୍ତି ତାହା ଅତୁଳନୀୟ। ଦେଶ ଗଠନ ପାଇଁ ନିଜକୁ ଉତ୍ସର୍ଗ କରିବା ଲାଗି ଅନେକଙ୍କୁ ପ୍ରବର୍ତ୍ତାଇଥିଲେ। ୧୮୮୩ ଆଜିର ଦିନରେ ସବରକର ଜନ୍ମ ଗ୍ରହଣ କରିଥିଲେ।

Comments
Loading...