ସଜ୍ଜନ କୁମାରଙ୍କ ଆତ୍ମସମର୍ପଣ ଅବଧି ବୃଦ୍ଧି ଆବେଦନ ଖାରଜ

0

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଏକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସଜ୍ଜନ କୁମାରଙ୍କ ଆବେଦନକୁ କୋର୍ଟ ଖାରଜ କରିଛି । ଆତ୍ମସମର୍ପଣ ପାଇଁ ସଜ୍ଜନ କୁମାର କୋର୍ଟକୁ ଏକ ମାସ ଅତିରିକ୍ତ ସମୟ ମାଗିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛି । ତେଣୁ ଡିସେମ୍ବର ୩୧ ସୁଦ୍ଧା ସଜ୍ଜନ କୁମାର ଆତ୍ମସମର୍ପଣ କରିବାକୁ ବାଧ୍ୟ ଅଟନ୍ତି । ଦିଲ୍ଲୀ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି
ସଜ୍ଜନଙ୍କ ଓକିଲ ଅନିଲ ଶର୍ମା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶିଖ୍‌ ଦଙ୍ଗାର ଅନ୍ୟ ଏକ ମାମଲାରେ ସଜ୍ଜନ କୁମାର ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ । ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟ ଅବଧିକୁ ଏକ ମାସ ପର୍ୟ୍ୟନ୍ତ ଅର୍ଥାତ ଜାନୁଆରି ୩୦ ଯାଏଁ ବଢ଼ାଇବାକୁ ସଜ୍ଜନ କୁମାର ଆବେଦନ କରିଥିଲେ । ପାରିବାରିକ ସମ୍ପତ୍ତିକୁ ନେଇ ଜଡିତ କିଛି ସମସ୍ୟାର ସମସାଧାନ ପାଇଁ ସଜ୍ଜନ କୁମାର ଜାନୁଆରି ୩୧ ତାରିଖରେ ଆତ୍ମସମର୍ପଣ କରିବାକୁ କୋର୍ଟକୁ ନିବେଦନ କରିଥିଲେ ।

Leave A Reply