ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ଜାମିନ

0

ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ୍‍ ମିଳିଛି। ଆଇଆରସିଟିସି ଟେଣ୍ଡର ଦୁର୍ନୀତି ମାମଲାରେ ରାବ୍ରୀ ଓ ତେଜସ୍ୱୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଏହି ଦୁର୍ନୀତିରେ ସିବିଆଇ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ, ତେଜସ୍ୱୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତା ଓ ତାଙ୍କ ପତ୍ନୀ ଶାରଳା ଗୁପ୍ତାଙ୍କ ସମେତ ୧୪ ଜଣଙ୍କ ନାମରେ ଗତ ଏପ୍ରିଲ୍‍ ମାସରେ ଚାର୍ଜସିଟ୍‍ ଦାଖଲ କରିଥିଲା। ଅପରପକ୍ଷରେ ଗୋ ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁଙ୍କ ପାରୋଲ୍‍ ଅବଧି ସରିବା ପରେ ଗତ କାଲି ସେ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

Leave A Reply