ଲାଟେହାର ଗୋଷ୍ଠୀବଦ୍ଧ ହତ୍ୟା ମାମଲା: ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

0

ରାଞ୍ଚି : ବହୁଚର୍ଚ୍ଚିତ ଝାଡ଼ଖଣ୍ଡର ଲାଟେହାର ଗୋଷ୍ଠୀବଦ୍ଧ ହତ୍ୟା ମାମଲାରେ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଶୁକ୍ରବାର ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୬ ମାର୍ଚ୍ଚ ୧୭ରେ ଦୁଇ ଜଣ ଗୋରୁ ବ୍ୟବସାୟୀ ମଜଲୁମ ଆନସାରୀ(୩୨) ଓ ଇମ୍‌ତିଆଜ ଖାଁ(୧୨)ଙ୍କ ମୃତଦେହ ବାଲୁମଠ ନିକଟସ୍ଥ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ସେମାନଙ୍କୁ ଗୋ-ଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ତୁରନ୍ତ ୫ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ତିନିଜଣ ପରେ ଆତ୍ମସମର୍ପଣ କରିଥିଲେ। ବିଚାରପତି ଋଷିକେଶ କୁମାର ମାମଲାର ରାୟରେ ଅଭିଯୁକ୍ତମାନଙ୍କୁ ୨୫ହଜାର ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଦାଖଲରେ ବିଫଳ ହେଲେ ଅଧିକ ଗୋଯିଏ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

Leave A Reply