ଲଣ୍ଠନ ଆଲୋକରେ ଝଲସୁଛି ଲାଲ୍‍କିଲ୍ଲା

0

ନୂଆଦିଲ୍ଳୀ: ସ୍ୱାଧୀନତା ଦିବସ ପାଇଁ ଚଳିତ ବର୍ଷ ଐତିହାସିକ ଲାଲ୍‍ କିଲ୍ଲାକୁ ଆଲୋକିତ କରିବ ୨୫୦୦ ଲଣ୍ଠନ। ଶୁକ୍ରବାରଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ୭ଟା ୩୦ରୁ ୧୧ ପର୍ଯ୍ୟନ୍ତ ଦୁର୍ଗ ପ୍ରାଚୀର, ଲାହୋରୀ ଗେଟ୍‍ ଓ ଦିଲ୍ଲୀଗେଟ୍‍କୁ ଲଣ୍ଠନ ଆଲୋକରେ ଆଲୋକିତ କରାଯିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ୨ ମାସ ସମୟ ଲାଗିଛି। ଶୁକ୍ରବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା। ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ୧୦୦ଟି ଐତିହାସିକ ସ୍ମାରକୀରେ ମଧ୍ୟ ଏଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ଶର୍ମା ପ୍ରସ୍ତାବ ଦେଇଛନ୍ତି।

Leave A Reply