ରାଜସ୍ଥାନରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ମହିଳାଙ୍କୁ ମିଳିବ ମାଗଣା ମୋବାଇଲ୍‌ ଫୋନ୍‌

0

ଜୟପୁର .-  ଦାରିଦ୍ର୍ୟ ସୀମା ରେଖା ତଲେ ଥିବା ମହିଳାମାନଙ୍କୁ ରାଜସ୍ଥାନ  ସରକାର ମାଗଣାରେ ମୋବାଇଲ୍‌ ଫୋନ୍‌ ଦେବେ । ଭାମାଶାହ ଯୋଜନାରେ ରାଜସ୍ଥାନ ସରକାର ମହିଳାମାନଙ୍କୁ ମାଗଣା ମୋବାଇଲ୍‌ ଫୋନ୍‌ ଯୋଗାଇ ଦେବେ ବୋଲି  ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧାରା ରାଜେ ସୂଚନା ଦେଇଛନ୍ତି ।

ବିଭିନ୍ନ ସମାଜିକ ସୁରକ୍ଷା ଯୋଜନାରୁ ଗରିବ ଲୋକମାନେ କିପର ଫାଇଦା ପାଇ ପାରିବେ  ସେଥି ପାଇଁ ସରକାର ଫୋନ୍‌ ଦେବା ସହ ୫ ହଜାର ଗ୍ରାମରେ ମାଗଣା ଓ୍ୱାଇଫାଇ  ସେବା ଯୋଗାଇ ଦେବେ ବୋଲି କହିଛନ୍ତି ।ରାଜସ୍ଥାନ ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ମୋବାଇଲ୍‌ ଆପ୍‌ ତିଆ କରୁଛନ୍ତି  ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply