ଯମଜ ବାଛୁରୀଙ୍କ ନାଁ କଂଗ୍ରେସ, ବିଜେପି

0

ଭୋପାଳ: ସଂଯୋଗକ୍ରମେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଅନ୍ତର୍ଗତ ଖଜୁରିକଲନ ଗ୍ରାମରେ ଏକ ଗାଈ ଦୁଇଟି ଯମଜ ବାଛୁରୀକୁ ଜନ୍ମ ଦେଇଛି। ରାଜ୍ୟରେ ମଙ୍ଗଳବାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ଓ ବିଜେପି-କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଥିଲାବେଳେ ଯମଜ ବାଛୁରୀଙ୍କ ଜନ୍ମ ବେଶ୍‌ ଉତ୍ସାହ ଭରିଥିଲା। ଏଥିରେ ରୋମାଞ୍ଚିତ ଗାଈ ମାଲିକ ବାଛୁରୀ ଦ୍ୱୟଙ୍କ ନାମ କଂଗ୍ରେସ ଓ ବିଜେପି ଦେଇଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଯେତେବେଳେ କଂଗ୍ରେସ ଓ ବିଜେପି ରାଜନୈତିକ ଲଢ଼େଇରେ ମାତିଥିବେ ସେତେବେଳେ ଯମଜ ବାଛୁରୀ କଂଗ୍ରେସ-ବିଜେପି ଦେଶର ବିକାଶ ନିମନ୍ତେ କୃଷିକ୍ଷେତ୍ରରେ ହଳ କରୁଥିବେ।

Leave A Reply