ମେହୁଲ୍‍ ବିଦେଶକୁ ୩,୨୫୦ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି: ଇଡି

0

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ତଥା ପିଏନ୍‍ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ୍‍ ଚୋକ୍ସି ୩,୨୫୦ କୋଟି ଟଙ୍କା ପିଏନ୍‍ବିର ମୁମ୍ବଇ ଶାଖାରୁ ବିଦେଶକୁ ସ୍ଥାନାନ୍ତର କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଜଣେ ଅଧିକାରୀ କହିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗକୁ ମେହୁଲ୍‍ ଭିତ୍ତିହୀନ ବୋଲି କହିଛନ୍ତି।
ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଏକାଧିକ ନକଲି କମ୍ପାନୀ ଖୋଲି ଚୋକ୍ସି ଭାରତରୁ ଅର୍ଥ ରାଶି ସ୍ଥାନାନ୍ତର କରୁଥିଲେ ଏବଂ ସେଥିରୁ ନିଜ ପାଇଁ ଖର୍ଚ୍ଚ କରୁଥିଲେ। କେତେକ କାରବାର କେବଳ କାଗଜ କଲମରେ ଚାଲୁଥିଲା। ପିଏନ୍‍ବିରୁ ଟଙ୍କା ସ୍ଥାନାନ୍ତର କରି ବିଦେଶର ସେହି ସବୁ ନକଲି କମ୍ପାନୀ ନାମରେ ଜମା କରୁଥିଲେ। ସେଠାରେ ବହୁତ ଶସ୍ତାରେ ହୀରା ବିକ୍ରି କରୁଥିବାରୁ ତାଙ୍କର ବ୍ୟବସାୟ ଭଲ ଚାଲିଥିଲା। କିନ୍ତୁ ସେହି ସବୁ ସାମଗ୍ରୀ ନିମ୍ନମାନର ବୋଲି ଇଡି କହିଛି।

Leave A Reply