ମହାନ ମୋ ଦେଶ ଭାରତ

0

ଆମ ଦେଶ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ପ୍ରେରଣା ଦେଇଥାଏ। ଯାହା ଦ୍ୱାରା ସାରା ବିଶ୍ୱରେ ଆମକୁ ଏକ ପରିଚୟ ମିଳେ। ବହୁ ମହାନ ବ୍ୟକ୍ତି ମାନଙ୍କ ପାଇଁ ଆମ ଦେଶ ଆଜି ମହାନ ହୋଇପାରିଛି ଓ ଆମେ ଏହି ଦେଶର ନାଗରିକ ଭାବେ ଗର୍ବ ଅନୁଭବ କରୁଛେ। ବହୁ ବାଧାବିଘ୍ନ ସର୍ତ୍ତେ ଆମ ଦେଶ ଭାରତ ଓ ଏହାର ନାଗରିକଙ୍କ ମଧ୍ୟରେ ଏକତା, ପ୍ରେମ, ଶାନ୍ତି ଓ ମୈତ୍ରୀରର  ଭାବ ସ୍ଥାପିତ ହୋଇପାରିଛି।

ଏହା ଆମ ଦେଶର ପ୍ରତୀକ ଅଟେ। ଦେଶର ବହୁ ଉଚ୍ଚକୋଟରୀର ଭାବନା ଅଟେ। ଏଥି ନିମନ୍ତେ ଆମେ ସର୍ବଦା ସେ ମହାପୁରୁଷ ମାନଙ୍କ ନିକଟରେ କୃତଜ୍ଞ ରହିବା ଉଚିତ ଯେ ନିଜର ସର୍ବସ୍ୱ ତ୍ୟାଗ ସହ ଜୀବନକୁ ମଧ୍ୟ ପବିତ୍ର ଭାରତ ମାତା ପାଇଁ ଉତ୍ସର୍ଗ କରିଦେଇଛନ୍ତି।

ଆଜି ଆମେ ମୁକ୍ତ ଆକାଶର ପକ୍ଷୀ। ଯାହାର ସୀମିତତା ସାରା ବିଶ୍ୱବ୍ରହ୍ମାଣ୍ଡରେ ସବୁ କୋଣରେ ରହିଛି। ଆମ ଦେଶର ମହକ, ସଂସ୍କୁତି , ଭାବନା ଭାଈଚାରାର ତୁଳନା ନାହିଁ। ଯେଉଁ କାରଣରୁ ଆମେ ନିଜକୁ ଗର୍ବିତ ଅନୁଭବ କରୁ।

ତେଣୁ ଏହା ସର୍ବଦା ବଜାୟ ରଖିବା ନିମନ୍ତେ ଆମେ ମହାନ ବ୍ୟକ୍ତି ମାନେ ଦେଇଥିବା ଶିକ୍ଷା, ପ୍ରେମ, ଶାନ୍ତି ମାର୍ଗକୁ ଆପଣେଇ ଓ ସର୍ବଦା ସ୍ମରଣ କରି ତାଙ୍କୁ ସମ୍ମାନ ଜ୍ଞାପନ କରିବା ଉଚିତ।

ଆମ ଦେଶରେ ଥିବା ଭ୍ରଷ୍ଟାଚାର, ବେକାରୀ , ଅସଫଳତାକୁ ଦୂରେଇବା ଆମର ପ୍ରଧାନ କର୍ତ୍ତବ୍ୟ। ଏହି ପବିତ୍ର ଭାରତ ମାତାର ଆମେ ସୁଯୋଗ୍ୟ ସନ୍ତାନ ସାଜିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଆମ ଦେଶକୁ ଇଂରେଜ ମାନଙ୍କ ଠାରୁ ମୁକୁଳାଇବା ନିମନ୍ତେ ବହୁ ଦେଶ ପ୍ରେମୀ ନିଜର ପ୍ରାଣବଳୀ ଦେଇଛନ୍ତି। ଯାହା ଫଳରେ ଆମେ ୧୯୪୭ ଅଗଷ୍ଟ ୧୫ରେ  ପାଇଥିଲୁ ସ୍ୱାଧୀନତା । ସେବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛୁ। ତାଙ୍କର ସେହି ତ୍ୟାଗକୁ ସ୍ମରଣ କରି ଆମେ ଆମ ଦେଶର ଉନ୍ନତି ନିମନ୍ତେ ସେ ସମସ୍ତ କାର୍ଯ୍ୟ କରିବାକୁ ହେବ ଯାହା ଆମ ଦେଶ ପାଇଁ ଏପରି ଉପହାର ହେବ ଯାହାକୁ ଦେଖି ସାରା ଦୁନିଆ ନତମସ୍ତକ କରିବ।

Leave A Reply