ମରଣଯନ୍ତା ପାଲଟିଛି ଜଗଦଳପୁରର ମୁଖ୍ୟ ସଡ଼କ

0

ବ୍ରହ୍ମପୁର: ଜଗଦଳପୁର ଗ୍ରାମରେ ଜାନିବିଲି ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ହେଲେ ଗ୍ରାମ ମୁଖ୍ୟ ସଡ଼କ ଏକ ପ୍ରକାର ମରଣଯନ୍ତା ପାଲଟିଛି । ଏହି ଗ୍ରାମକୁ ଯିବାକୁ ହେଲେ ଭଗବାନ ହିଁ ସାହା ଭରସା, ନଚେତ ଦୁର୍ଘଟଣାକୁ ସାମନା କରିବା ସୁନିଶ୍ଚିତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଳ ଯୋଗାଣ ପାଇପ ଲାଇନ ସଂଯୋଗ କରାଯାଉଥିବାବେଳେ ଜଗଦଳପୁର ଗ୍ରାମର ମୁଖ୍ୟରାସ୍ତା ପାଶ୍ୱର୍ରେ ମାଟି ଖୋଳାଯାଇ ରାସ୍ତା ଉପରେ ପକାଯିବା ସହ ରାସ୍ତା ଅବରୋଧ କରାଯାଉଛି । ଯାହାଫଳରେ ଜଗଦଳପୁର ଗ୍ରାମବାସୀଙ୍କ ସମେତ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ଅଂଚଳର ଗ୍ରାମବାସୀ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ସ୍କୁଲ ପିଲାମାନେ ସ୍କୁଲକୁ ଯିବା ଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବୃଦ୍ଧବୃଦ୍ଧାମାନେ ଏହି ରାସ୍ତାରେ ଯିବା ଆସିବା କରିବା ସମୟରେ ଗୋଡ଼ ଖସି ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ହଠାତ କୌଣସି ବ୍ୟକ୍ତିର ଦେହ ଅସୁସ୍ଥ ହେଲେ ଗ୍ରାମକୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ।

Leave A Reply