ଭୁଶୁଡିଲା ପାଣି ଟାଙ୍କି

0

ରାଉରକେଲା: ରାଉକେଲାରେ ଏକ ବଡ ଧରଣର ଅଘଟଣ ଘଟିଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ପାଣି ଟାଙ୍କି ଭୁଶୁଡି ପଡିଛି। ଏହି ପାଣି ଟାଙ୍କି ୬୦ ବର୍ଷ ପୁରାତନ ବୋଲି ଜଣା ପଡିଛି। ଏହାର ଉଚ୍ଚତା ପ୍ରାୟ ୧୦୦ ଫୁଟ ହେବ। ପାଣି ଟାଙ୍କି ଭୁଶୁଡି ପଡିବାରୁ ୨୫ରୁ ୩୦ଟି ବାଇକ ଚୁରମାର ହୋଇଯିବା ସହ ଗୋଟିଏ କାର ଦବି ରହିଛି। ଗୋଟିଏ ଘର ମଧ୍ୟ ଭାଙ୍ଗି ଯାଇଛି। ଏଥିରେ କେହି ଲୋକେ ଆହତ ହୋଇ ନଥିବା ଜଣା ପଡିଛି। ବର୍ଷା ଯୋଗୁଁ ପାଣି ଟାଙ୍କିଟି ଭୁଶୁଡି ଯାଇଥିବା କୁହାଯାଇଛି।

Leave A Reply