ବିଶ୍ୱଶିକ୍ଷା ପରିଷଦ ଓ ଗୋପବନ୍ଧୁ

0

ପୁରୀ ଶ୍ରୀରାମଚନ୍ଦ୍ରପୁରଠାରେ ଗୋଟିଏ ଏମ୍‍.ଇ. ସ୍କୁଲ ଥିଲା। ଗୋପବନ୍ଧୁ ତାଙ୍କ ସହକର୍ମୀଙ୍କ ସହିତ ପରାମର୍ଶ କରି ତାହାକୁ ସତ୍ୟବାଦୀକୁ ଉଠାଇ ଆଣି ୧୨ା୮ା୧୯୦୯ରେ ‘ବନବିଦ୍ୟାଳୟ’ ନାମରେ ପ୍ରତିଷ୍ଠା କଲେ। ବନବିଦ୍ୟାଳୟର ପରିଚାଳନା ପଦ୍ଧତି, ଶିକ୍ଷାଦାନ ପଦ୍ଧତି, ପାଠ୍ୟ ଖସଡା ଆଦି ପ୍ରସ୍ତୁତ କରିବାକୁ ‘ବିଶ୍ୱ ଶିକ୍ଷା ପରିଷଦ’ ଗଠିତ ହେଲା। ଏହି ପରିଷଦରେ ରହିଲେ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ରାମଚନ୍ଦ୍ର ରଥ ଏବଂ ଅନନ୍ତ ମିଶ୍ର। ‘ବିଶ୍ୱ ଶିକ୍ଷାପରିଷଦ’କୁ ଇଂରାଜୀରେ ‘ୟୁନିଭର୍ସାଲ ଏଜୁକେଶନ ଲିଗ୍‍’ କୁହାଗଲା। ୧୯୧୪ରୁ ଏହା କଲିକତା ବିଶ୍ୱବିଦ୍ୟାଳୟର ସହବନ୍ଧନପ୍ରାପ୍ତ ହେଲା ଏବଂ ନବୀକରଣ ପଦ୍ଧତିରେ ସହବନ୍ଧନର ଅବଧି ଏକବର୍ଷ ରହି ୧୯୧୪ରୁ ୧୯୧୭ ପର୍ଯ୍ୟନ୍ତ ଏହା ଶିକ୍ଷାଦାନ କରିଚାଲିଲା। ୧୯୧୮ରୁ ଏହି ଅନୁଷ୍ଠାନକୁ ପାଟଣା ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଦେବାରୁ ସ୍ଥାୟୀ ଭାବେ ଏହା ସେହି ବିଶ୍ୱବିଦ୍ୟାଳୟ ଅଧୀନରେ ରହି ତାର ସିଲାବସ୍‍ ଚଳାଇବା ସହିତ କିଛି ଅଧିକା ପରୀକ୍ଷାରେ ପଡୁନଥିବା ପାଠମଧ୍ୟ ପଢ଼ାଇଲା। ଏହି ଅନୁଷ୍ଠାନକୁ ଓଡ଼ିଶା ବାହାରୁ ଅନେକ ଛାତ୍ର ଆସିଲେ। ଲୋକଙ୍କ ବିଚାରରେ ଏହା କେବଳ ଶିକ୍ଷାନୁଷ୍ଠାନ ନ ଥିଲା, ଏହା ଥିଲା ମଣିଷ ତିଆରି କାରଖାନା। ସତ୍ୟବାଦୀର ଶିକ୍ଷା ପଦ୍ଧତି ସମ୍ପର୍କରେ ଅନେକ ଗ୍ରନ୍ଥ ରଚିତ ହୋଇଛି। ‘ସତ୍ୟବାଦୀରେ ସାତବର୍ଷ’ ଗ୍ରନ୍ଥଟି ସବୁଠାରୁ ପ୍ରାମାଣିକ।

Leave A Reply