ବିଦେଶରେ ବି ‘ଉରୀ’ର ସଫଳତା

0

ମୁମ୍ବଇ : ଭିକି କୌଶଲ ଓ ୟାମୀ ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଭାରତୀୟ ବଜାରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରିବାରେ ସଫଳ ହୋଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶଙ୍କ କହିବା ଅନୁସାରେ, ବିଦେଶ ବଜାରରେ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ୨୯ ଜାନୁଆରୀ ସୁଦ୍ଧା ପ୍ରାୟ ୩୪.୬୩ କୋଟି ଟଙ୍କା ଆୟ କରିଛି।
ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ଭାରତୀୟ ବଜାରରେ ଏଯାବତ୍‍ ସମୁଦାୟ ୧୬୭.୪୮ କୋଟି ଟଙ୍କାର ବ୍ୟବସାୟ କରିଛି। ଏଥିସହିତ ଚଳଚ୍ଚିତ୍ରର ଆୟ ଜାରି ରହିଛି। ଏହାର ବୃଦ୍ଧି ପାଉଥିବା ଆୟକୁ ଦେଖି ଚଳଚ୍ଚିତ୍ରଟି ଖୁବ୍‍ଶୀଘ୍ର ୨୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି।

Leave A Reply