ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

0

ବ୍ରହ୍ମପୁର: ଛତ୍ରପୁର ଥାନା ଅନ୍ତର୍ଗତ ରାମଚଣ୍ଡି ମନ୍ଦିର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ପୋଡ଼ାପଦର ଗ୍ରାମର ଜଗନ୍ନାଥ ଦାଶ ଓ ନିଳାଦ୍ରିପୁରର ନରେନ୍ଦ୍ର ଗୌଡ଼ । ଉଭୟ ବାଇକରେ ନିଜ ଗ୍ରାମକୁ ଯାଉଥିବା ବେଳେ ସମ୍ମୁଖ ପଟୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା । ଫଳରେ ଦୁଇଜଣ ଗୁରୁତର ହୋଇଥିଲେ । ଧକ୍କା ଦେଇଥିବା ବାଇକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ବାସିନ୍ଦା ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Leave A Reply