ବଜ୍ରପାତରେ ୨ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ନିଶ୍ଚିତପୁର ବାଲିଘାଟରେ ଶନିବାର ଅପରାହ୍ନରେ ବଜ୍ରାଘାତରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୁଢ଼ାବଳଙ୍ଗ ନଦୀର ନିଶ୍ଚିନ୍ତପୁର ଘାଟରୁ ଏକ ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ବେଳେ କାଳବୈଶାଖି ଜନିତ ବଜ୍ରପାତ ହେବାରୁ ଟ୍ରାକ୍ଟର ଚାଳକ ନିରଞ୍ଜନ ବିଶୋଇ(୪୦)ଙ୍କ ସମେତ ଶ୍ରମିକ ମୁନା ବିଶୋଇ(୨୨)ଙ୍କର ମୃତ୍ୟୁ ଘଟିଛି। ବଡ଼ସାହି ଦମକଳ ବାହିନୀ ମୃତକ ଦୁଇ ଜଣଙ୍କୁ ବଡ଼ସାହି ଡ଼ାକ୍ତରଖାନାକୁ ଆଣିବା ପରେ ଡ଼ାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ୨ ମୃତକଙ୍କ ଘର ବେଲପାଳ ଗ୍ରାମର ହୋଇଥିବା ସୂଚନା ମିଳିଛି ।