ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

0

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ପଞ୍ଚାୟତ ଚୁନୁଡିହା ଗ୍ରାମର ଭାସ୍କର ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ବେହେରା(୩୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ପୂର୍ବାହ୍ନରେ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ରାଜେନ୍ଦ୍ରଙ୍କର ପତ୍ନୀ ଓ ଦୁଇ ପୁଅ ଝିଅ ରହିଛନ୍ତି ।

Leave A Reply