ଫୁଟବଲ ଖେଳାଳିଙ୍କୁ ଟ୍ରମ୍ପଙ୍କ ଭୁରି ଭୋଜନ

0

ୱାଶିଂଟନ୍‌ : ଆମେରିକାର ଜାତୀୟ କଲେଜସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଚମ୍ପିଆନ୍‌ ଦଳ ‘କ୍ଲେମଦସନ୍‌ ଟାଇଗର୍ସ’କୁ ରାତ୍ରିଭୋଜନରେ ଆପ୍ୟାୟିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ‘ଅଲ ଆମେରିକାନ୍‌ ଫିଷ୍ଟ’ ଆଖ୍ୟା ଦେଇଛନ୍ତି। ବର୍ଗର, ପିଜା ଓ ବିଭିନ୍ନ ଭଜା ଖାଦ୍ୟ(ଫ୍ରେଞ୍ଚ ଫ୍ରାଇ)ରେ ଯୁବ ​‌େ​‌ଖଳାଳିଙ୍କୁ ଆପ୍ୟାୟିତ କରାଯାଇଛି। ଟ୍ରମ୍ପଙ୍କ ବ୍ୟକ୍ତିଗତ ବରାଦକ୍ରମେ ହ୍ବାଇଟ ହାଉସ୍‌ ରୋଷେଇଷାଳରେ ଏ ସବୁ ପ୍ରସ୍ତୁତ ହୋଇଥିଲା। ଏଥିସହିତ ‘ଗ୍ରେଟ୍‌ ଆମେରିକାନ୍‌ ଫୁଡ୍‌’ ଭାବେ ପରିଚିତ ପ୍ରସିଦ୍ଧ ମ୍ୟାକ୍‌ ଡୋନାଲ୍ଡ ଓ ୱେଣ୍ଡି ଫାଷ୍ଟ ଫୁଡ୍‌ ମଧ୍ୟ ମଗାଯାଇଥିଲା। ହ୍ବାଇଟ ହାଉସ୍‌ ଖାଇବା ଘରେ ଖାଦ୍ୟ ସଜା ହୋଇ ରହିଥିବା ଖାଦ୍ୟ ସାମଗ୍ରୀ ସହିତ ଟ୍ରମ୍ପ ଫଟୋ ଉଠାଇଥିଲେ। ପ୍ରଶାସନିକ ଅଚଳାବସ୍ଥାକ୍ରମେ ଟ୍ରମ୍ପ ଏହି ପଦକ୍ଷେପ ନେଇଥିଲେ। ଅଚଳାବସ୍ଥା ଯୋଗୁଁ ରୋଷେଇ ଷାଳ କର୍ମଚାରୀମାନେ ବିନା କାମରେ ବସି ରହିଥିଲାବେଳେ ଟ୍ରମ୍ପ ସେମାନଙ୍କୁ ଏଥିରେ ନିୟୋଜିତ କରିଥିବା ପ୍ରକାଶ। ଏ ବାବଦ ଖର୍ଚ୍ଚ ତାଙ୍କର ବ୍ୟକ୍ତିଗତ ଥିଲା ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଗତ ବର୍ଷ ମଧ୍ୟ ଏହି ବିଜେତା ଦଳକୁ ହ୍ବାଇଟ ହାଉସ୍‌ରେ ସମ୍ବର୍ଦ୍ଧିତ କରିଥିଲେ; କିନ୍ତୁ ଏଭଳି ଭୁରି ଭୋଜନ ଦେଇ ନ ଥି‌େ​‌ଲ।

Leave A Reply