ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାଦଶାହ ଦିବସରେ ସ୍ମୃତିଚାରଣ ସଭା

0

ବ୍ରହ୍ମପୁର: ଯୁଗ ପୁରୁଷ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାଦଶାହ ଦିବସ ଅବସରରେ ବିଜେପି ପକ୍ଷରୁ ଏକ ସର୍ବଦଳୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷାଣୀନୂଆଗାଁ ଉତରେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସ୍ମୃତିସଭାରେ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଯୋଗଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରିଥିବା ଓ ନିଜର ଶାସନ କାଳରେ ଆଣବିକ ବୋମା ପରୀକ୍ଷଣ, ପାକିସ୍ତାନ ବିରୋଧରେ କାରଗିଲ ଯୁଦ୍ଧର ବିଜୟ ପରି ଅନେକ କିଛି କାର୍ୟ୍ୟର ସ୍ମୃତିକୁ ବଖାଣିଥିଲେ ସ୍ମୃତିସଭାରେ ଯୋଗଦାନ କରିଥିବା ଅତିଥିମାନେ । ଦଳମତ ନିର୍ବିଶେଷରେ ଅଟଳଜୀ ବହୁ ଉଦ୍ଧ୍ୱର୍ରେ ଥିଲେ ବୋଲି ଅତିଥିମାନେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ଜିଲା ବିଜେପି ସଭାପତି କାହ୍ନୁଚରଣ ପତି, ରାଜ୍ୟ ବିଜେପି ସମ୍ପାଦକ ବିଭୂତି ଜେନା, ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବିଜେପି ଜିଲ୍ଲା ଉପସଭାପତି ଶରତ ଚନ୍ଦ୍ର ସାହୁ, ଗଂଜାମ ଓକିଲ ସଂଘ ସଭାପତି ମୋହନ ସିଂହାରୀ, ବିଜେଡି ନେତା ବିକ୍ରମ ପଣ୍ଡା, ଟି.ଗୋପି, ବିଜୟ ସାମଲ, କର୍ପୋରେଟର ନମିତା ପଣ୍ଡା, କର୍ପୋରେଟର ଦୁର୍ଗା ପଣ୍ଡା, ପୂର୍ବତନ ବିଧାୟକ ଉଦୟ ନାୟକ, ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡି ବିଜେପି ନେତା ଶିଶିର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply