ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

0

ବ୍ରହ୍ମପୁର: ଗଞ୍ଜାମ ଜିଲା କୋଦଳା ଥାନା ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୫.୩୦ସମୟରେ ପୁସ୍ତପୁର କାଜୁ ବଗିଚା ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିଲା। ତା ନାମରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଭୁବନେଶ୍ୱର ଓ କଟକର ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି। ତା ଠାରୁ ଗୋଟିଏ ମୋବାଇଲ ଫୋନ, ବାଇକ, ୧୪,୦୦୦ଟଙ୍କା ଓ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ଦିଲୀପ ଦାସର ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପିଡ଼ିଛି । ବର୍ତ୍ତମାନ ଦିଲୀପର ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

Leave A Reply