ପୁଣିଥରେ ଚୀନକୁ ନିଶାଣ କଲେ ଟ୍ରମ୍ପ: ଚୀନ ଯୋଗୁଁ ସାରା ବିଶ୍ବ କଷ୍ଟ ଭୋଗୁଛି

ୱାଶିଂଟନ: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ୧୧ ଲକ୍ଷ ଆଡ଼କୁ ମୁହାଁଉଛି । ଦେଶରେ ପାଖାପାଖି ୬୦ ହଜାର ଲୋକ ମୃତ୍ୟୁବରଣ କରି ସାରିଲେଣି । ଏମାନଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଛୁଇଁଲାଣି । ଆମେରିକୀୟ ରାଷ୍ଟ୍ର ନ୍ୟୁଜର୍ସି, ମାସାଚୁସେଟ୍ସ, କାଲିଫର୍ଣ୍ଣିଆ ଏବଂ ପେନସିଲଭାନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଚୀନ୍ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ । ଚୀନର ଭୁଲ ଯୋଗୁଁ ସାରା ବିଶ୍ବ ଏବେ କଷ୍ଟ ଭୋଗୁଛି ଏବଂ ବିଶ୍ବର ୧୮୪ ଦେଶ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

https://support.google.com/youtube/?p=report_playback

କରୋନାକୁ ଏକ ଅଦୃଶ୍ୟ ଶତ୍ରୁ ବୋଲି ଟ୍ରମ୍ପ ବର୍ଣ୍ଣନା କରି ଏଥିପାଇଁ ଚୀନ୍ ଦାୟୀ ବୋଲି କହଛନ୍ତି । ଚୀନ୍‌ ଯଦି ଆରମ୍ଭରୁ ସଠିକ୍‌ ତଥ୍ୟ ପ୍ରଦାନ କରିଥାନ୍ତା ତେବେ ଭାଇରସ୍‌ ନିୟନ୍ତ୍ରଣରେ ରହିଥାନ୍ତା ଏବଂ ଏତେ ସଂଖ୍ୟାରେ ମୃତ୍ୟୁ ହୋଇନଥାନ୍ତା କି ବିଶ୍ବ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିନଥାନ୍ତା ବୋଲି ଉଲ୍ଲେଖ କରି ଚୀନ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । କେବଳ ସେ ନୁହନ୍ତି ୟୁରୋପୀୟ ଦେଶ ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ ପରି ଦେଶର ନେତାମାନେ ମଧ୍ୟ ଏହା ବିଶ୍ବାସ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

Comments
Loading...