ପାଣିରେ ବୁଡି ସହକାରୀ ଯନ୍ତ୍ରୀ ଓ ଶିଶୁ ମୃତ

0

ଭବାନୀପାଟଣା: କଳାହାଣ୍ଡି ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ (୪୭) ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି। ଗୁରୁବାର ରାତିରେ ତପନ ନିକଟ ପିପଲନାଳାକୁ ଶୌଚ କରିବା ପାଇଁ ଯିବା ସମୟରେ ତାଙ୍କ ଗୋଡ ଖସି ପାଣିରେ ବୁଡି ଯାଇଥିଲେ। ପାଣିରେ ବୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତପନ କୁମାର ନାୟକଙ୍କ ଘର ବାରିପଦା । ସେହିପରି ଗୁରୁବାର ଅପରାହ୍ନ ୫ଟା ସମୟରେ ଭବାନୀପାଟଣା ବ୍ଲକ ଶଗଡା ପଞ୍ଚାୟତର କିଟପଦର ଗ୍ରାମର ସୁରୁ ବାଗଙ୍କ ପୁଅ ଆଜାଦ ବାଗ (୭) ନିକଟସ୍ଥିତ ନଦୀକୁ ଶୌଚ କରିବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ପାଣି ଭାସିଯାଇଥିଲା। ଫଳରେ ତାର ମୃତ୍ୟୁ ହୋଇଯାଇଛି ।

Leave A Reply