ପଣା ସଂକ୍ରାନ୍ତିର ରେ ଆରମ୍ଭ ହୁଏ ସୌର ବର୍ଷ

0

ପଣା ସଂକ୍ରାନ୍ତିର ଅନ୍ୟ ନାମ  ମେଷ ସଂକ୍ରାନ୍ତି  । ଏହି ଦିନ ସୌର ମାସ ଆରମ୍ଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସୌର ଓ ଚନ୍ଦ୍ର ଗଣନା କରାଯାଇଥାଏ ।  ସୂର୍ଯ୍ୟଙ୍କ ଗତି  ଓ ସଂକ୍ରମଣକୁ ନେଇ ସୌରମାସର ଗଣନା କରାଯାଇଥାଏ । ସେହିପରି ଚନ୍ଦ୍ରଙ୍କ  ସଂକ୍ରମଣ ଅନୁସାରେ ଚନ୍ଦ୍ରମାସ ଗଣାନା କରାଯାଇଥାଏ ।

ବିଷୁବ ରେଖା ସହ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି କଥା ଜାଣିଥିବେ । ମାତ୍ର ୧୨ଟି କ୍ରାନ୍ତି ବୃତ୍ତ ରହିଛି । ରାଶି ଗଣନା  ଅନୁସାରେ ଏହି କ୍ରାନ୍ତି ବୃତ୍ତ  ରହିଛି ।

୧୨ଟି ରାଶି ହେଉଛି ମେଷ ,ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ,ମକର, କୁମ୍ଭ ଓ ମୀନ । ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ଗୋଟିଏ ମାସେ ଅବସ୍ଥାନ କରିଥାଆନ୍ତି । ରାଶିର ପ୍ରଥମ ଦିନରେ ସୂର୍ଯ୍ୟ ପ୍ରବେଶ କଲେ ତାକୁ ସଂକ୍ରାନ୍ତି ଓ ଶେଷ ଦିନକୁ ମାସାନ୍ତ କୁହାଯାଇଥାଏ ।  ମାତ୍ର ମାସ ଅନ୍ୟ ପ୍ରକାରର ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ୍ନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ, ଫାଲଗୁନ ଓ ଚୈତ୍ର । ଏହି ମାସ ଚନ୍ଦ୍ର ଗଣନା ଅନୁସାରେ ହୋଇଥାଏ । ପୂର୍ଣ୍ଣିମାରୁ ପୂର୍ଣ୍ଣିମା ମାସେ ହୋଇଥାଏ । ଏହା ଚନ୍ଦ୍ରଙ୍କ ସ୍ଥିତି ଅନୁସାରେ ଗଣନା କରାଯାଇଥାଏ ।

ପଣା ସଂକ୍ରାନ୍ତି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ବା ଅବସ୍ଥାନ କରିଥାଆନ୍ତି । ଏହି ଦିନଠାରୁ ଖରାର ପ୍ରକୋପ ଅଧିକ ହୋଇଥାଏ । ଏଥିପାଇଁ ପଣା ସଂକ୍ରାନ୍ତି ପାଳନ କରାଯାଇଥାଏ । ପରମ୍ପରାରେ  ପଣା ପିଇବା ସହ ଛାଇ ପାଇଁ ଛତା(ପୂର୍ବ କାଳରେ ତାଳ ଛତା ଓ ବାଉଁଶରେ ନିର୍ମିତ ଛତା ବ୍ୟବହାରକରୁଥିଲେ )  ବିଞ୍ଚଣା ଇତ୍ୟାଦିର ବ୍ୟବହାରକୁ ସୁନ୍ଦର ଭାବେ ଗ୍ରହଣ କରାଯାଇଛି ।

Leave A Reply