ଦେଶରେ ୨୯୦୨ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ଲବ୍ ଅଗ୍ରୱାଲ ଦେଇଥିବା ସୂଚନା ଅନୁସାରେ  ଗତ ୨୪ ଘଣ୍ଟା ମଧ୍ୟରେ ୬୦୧ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଏ ଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୬୮ ହୋଇଥିବା ବେଳେ ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଇତି ମଧ୍ୟରେ ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ସେହିଭଳି ବିଶ୍ୱର ୨୦୫ଟି ଦେଶରେ କାୟା ବିସ୍ତାର କରିଥିବା ଏହି ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ୫୦ ହଜାର ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ସନ୍ଧ୍ୟା ୯ଟାରେ ୯ ମିନିଟ ପାଇଁ ସମସ୍ତ ଦେଶବାସୀ ଦୀପ ଜଳାଇ କରୋନା ରୂପି ଅନ୍ଧକାର ଦୂର କରିବା ପାଇଁ ଅପିଲ କରିଛନ୍ତି।

Comments are closed.