ଦେବସ୍ନାନଯାତ୍ରା …ଗୁପ୍ତ ବୃନ୍ଦାବନ ,ପଦ୍ମବନ ନେମାଳ

ଯୁଗେ ଯୁଗେ ସାମାଜିକ ଚଳଣି ଓ ପରମ୍ପରା ସହିତ ଅତିତ ଇତିହାସ ଓ ଆଧ୍ୟାତ୍ମବାଦ ଜଡିତ। ଆଧ୍ୟାତ୍ମିକ ଚେତନା ଯୁକ୍ତ ଅତିତ ବର୍ତମାନକୁ ରୁପରେଖ ଦେଇଥାଏ। ପବିତ୍ର ନେମାଳ ପୀଠ ଏହାର ସ୍ଥୁଳ ନିଦର୍ଶନ ଉତ୍କଳ ଭୁମିରେ ବହୁଜନ ବିଦିତ ପଞ୍ଚସଖା ମାନଙ୍କ ମଧ୍ୟରୁ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କର ଦେହରକ୍ଷାର ପୂଣ୍ୟ ପୀଠ ଏହି ନେମାଳ ଭୂଇଁ ଆଧ୍ୟାତ୍ମିକ ଚେତନାଯୁକ୍ତ ଭକ୍ତ ମାନଙ୍କ ନିମିତ ତୀର୍ଥ ସଦୃଶ। ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଶ୍ରୀ ଅଙ୍ଗରୁ ପୁରୁଷୋତମ ଦେବଙ୍କ ଏକବିଂଶଅଙ୍କରେ ମାଘ ଶକ୍ଳ ଏକାଦଶୀ ତିଥିରେ ଜାତ ଅଯୋନି ସମ୍ଭୁତ ଏହି ମହାପୁରୁଷ ତାଙ୍କର ପିତା ଦିନବନ୍ଧୁ ଖୁଣ୍ଟିଆ ଓ ମାତା ପଦ୍ମାପତିଙ୍କୁ ପ୍ରାପ୍ତ ହେବାପରେ ଜାତକ କର୍ମ ସହ ଶୈଶବ , କୈଶୋର, ଓ ଯୈାବନରେ ପଦାର୍ପଣ କଲେ। ଯୈାବନର ପ୍ରାରମ୍ଭରେ ପିତାମାତାଙ୍କ ସହ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିବା ସମୟରେ ଶ୍ରୀକ୍ଷେତ୍ରକୁ ଅଗମନ କରିଥିବା ଚୈତନ୍ୟ ମହାପ୍ରଭୂଙ୍କ ସଂଯୋଗରେ ଆସି ତାଙ୍କର ପାଦସ୍ୱର୍ଶ ମାତ୍ରେ ଚେତନା ଜାଗ୍ରତ ହୋଇଥିଲା। ଅଜ୍ଞତା ଧଂସ ହୋଇ ଜ୍ଞାନାଲୋକରେ ତାଙ୍କର ଦିବ୍ୟତ୍ୱ ଉଦ୍ଭାସିତ ହେଲା। ତତ୍ପରେ ସନାତନ ଗୋସାଇଁଙ୍କର ଦିକ୍ଷା ଗ୍ରହଣ କରି ଲଲାଟ ପଟ, ବାହୁ ଓ ହୃଦୟରେ ତିଳକ ଗ୍ରହଣ ପୂର୍ବକ ଶାସ୍ତ୍ରଜ୍ଞ ହୋଇଥିଲେ ଓ ଶ୍ୟାମ ପଞ୍ଚାକ୍ଷର ଶିକ୍ଷା କଲେ। ତତ୍ପରେ ନାନା ତିର୍ଥ ପର୍ଯ୍ୟଟନ କରି ପୁନଶ୍ଚ ଦୀର୍ଘକାଳ ପରେ ଶ୍ରୀକ୍ଷେତ୍ରକୁ ପ୍ରତ୍ୟାବର୍ତନ କରି ପବିତ୍ର ରଥ ଯାତ୍ରା ସମୟରେ ବୈଷ୍ଣବ ମାନଙ୍କ ସଂଯୋଗରେ ଅସି ସେମାନଙ୍କ ସେବାରେ କିଛି ଦିନ ଅତିବାହିତ କରିଥିଲେ। ସଖା ଯଶୋବନ୍ତଙ୍କ ଅନୁରୋଧରେ ନନ୍ଦିଗ୍ରାମ ଅଢଙ୍ଗ ଯାତ୍ରା କରି ସେଠାରେ ରାଜ ଦରବାରରେ ରାସ ପରିବେଷଣ ସମୟରେ ରାଜ ନନ୍ଦିନି ଚମ୍ପାବତି ତାଙ୍କର ବ୍ୟକ୍ତିତ୍ୱରେ ବିମୁଗ୍ଧ ହୋଇ ତାଙ୍କୁ ପତିରୁପେ ବରଣ କରିଥିଲେ। ୧୪୮୨ ମସିହାରେ ୪୦ ବର୍ଷ ବୟସରେ ତାଙ୍କର ବିବାହ ସଂପନ୍ନ ହେଇଥିଲା। ସେ ସଂସାରି ହୋଇମଧ୍ୟ ଯୋଗାଭ୍ୟସରେ ବ୍ରତୀ ଥିଲେ। ଗୁରୁଦେବଙ୍କ ନିର୍ଦ୍ଧେଷରେ ଶ୍ରୀକ୍ଷେତ୍ର ଛାଡି ପବିତ୍ର ଗୁପ୍ତ ବୃନ୍ଦାବନ ନେମାଳ ଠାରେ ପଦାର୍ପଣ କରି ସେହି ସ୍ଥଳକୁ ଅପଣାର ଯୋଗ ସ୍ଥଳି ଭାବରେ ଗ୍ରହଣ କରିଥିଲେ। ପବିତ୍ର ପୀଠରେ ଯୋଗାଭ୍ୟାସ ପୁର୍ବକ ସେ ପିଣ୍ଡ ବ୍ରହ୍ମାଣ୍ଡ ରହସ୍ୟ , ବୈଷ୍ଣବ ଚେତନା ରସ , ମାଳିକା , ଟିକା , ସଂହିତା ଓ କଳ୍ପ ଆଦିର ରଚନା କରି କଳି କବଳିତ ମାନବ ସମାଜକୁ ଆଗାମି ଦିନର ବାର୍ତ୍ତା ପ୍ରଦାନ କରିଥିଲେ। ଯାହାକି ଅନେକ ଘଟିସାରିଲାଣି ଓ ଅନେକ ଘଟି ଚାଲିଛି। ଆଉ ଯାହା କିଛି ଲିଖିତ ଅଛି ତାହା ଅବସ୍ୟ ଘଟିବ। ସେହି ପୂଜ୍ୟ ପୀଠକୁ ଆପଣାର ସାଧନା ପୀଠ ଭାବେ ଗ୍ରହଣ କରି ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ସ୍ୱୀୟ ଶିଷ୍ୟ ମାନଙ୍କ ଗହଣରେ କାଳାତି ପାତ କରିବା ଅବସରରେ ଜିବନର ଅନ୍ତିମ ସମୟ ଉପସ୍ଥିତ ଯାଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ଯାତ୍ରା କରିଥିଲେ। ମହାପ୍ରଭୁଙ୍କ ନିକଟରେ ଆପଣାର ଅନ୍ତିମ ଅଭିଳାସ ପ୍ରକାଶ କରି ତାଙ୍କରି ଶ୍ରୀଅଙ୍ଗରେ ଲୀନ ହେବାର ଇଛାପ୍ରକଟ କରିଥିଲେ। ଏଣୁ ଶ୍ରୀଶ୍ରୀ ମହାପ୍ରଭୁ ଅଚ୍ୟୁତ ମହାପୁରୁଷଙ୍କ ଅନ୍ତିମ ଅଭିଳାସ ପୁର୍ଣ୍ଣ ନିମନ୍ତେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ନେମାଳ ପୀଠରେ ସୂକ୍ଷ୍ମ ରୁପରେ ଅବିର୍ଭାବ ହେବାର ପ୍ରତିଶୃତି ଦେଇଥିଲେ। ଭକ୍ତମାନେ ମହାପ୍ରଭୁଙ୍କ ଆଗମନ ବିଷୟରେ ଜାଣିବା ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘଡଘଡି ରୁପକ ବାଦ୍ୟ ବଜାଇ ବିଦ୍ୟୁତ ରୋଷଣି ସହ ଅବିର୍ଭୂତ ହେବେ। ପବନ ରୁପକ ଆଲଟ ଚାମର ସଂଚାରିତ ହେବା ବେଳେ ଧୂଳିକଣାକୁ ନାଶ କରିବା ପାଇଁ ଆନନ୍ଦମିଶ୍ରା ଜଳସିଂଚନ କରିବ ବୃଷ୍ଟିପାତ। ମହାପୁରୁଷ ଅଚ୍ୟୁତାନ୍ଦଙ୍କର ସେହି ଅଭିଳାସକୁ ପୁର୍ଣ୍ଣ କରି ମହାପ୍ରଭୁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ନେମାଳ ପୀଠରେ ଉପସ୍ଥିତ ହୋଇଥିଲେ ଓ ମହାପୁରୁଷ ତାଙ୍କରି ଶ୍ରୀ ଅଙ୍ଗରେ ଆପଣାର ଦେହ ରକ୍ଷା କରିଥିଲେ। ସେହି ଦିନ ଠାରୁ ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀକ୍ଷେତ୍ର ଛାଡି ସୂକ୍ଷ୍ମ ଭାବରେ ଅବିର୍ଭୂତ ହୋଇ ନେମାଳ ପୀଠରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଦେହରକ୍ଷାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁଙ୍କୁ ଶେଷ ଇଛା ଜଣାଇବା ପରେ ତାଙ୍କର ଆଜ୍ଞାମାଳ ପ୍ରାପ୍ତ ହୋଇ ମହାପୁରୁଷ ଦୀର୍ଘ ସପ୍ତଦଶ ଦିନ ଧରି ନିଜ କୁଟିର ମଧ୍ୟରେ ଅନାହାରରେ ଅବସ୍ଥାନ କଲେ। ନିଜର ପ୍ରିୟ ଶିଶ୍ୟ ରାମ ଦାସଙ୍କୁ ଦ୍ୱାର ଦେଶରେ ପ୍ରହରା ଦେବାକୁ କହି ଦିର୍ଘ ୧୭ ଦିନ କୁଟିର ମଧ୍ୟରେ ଅବଦ୍ଧ ରହିବା ପରେ ଭକ୍ତ ରାମ ଦାସ କୁଟିରର ଦ୍ୱାର ଉନ୍ମୋଚନ କରନ୍ତେ ଗୁରୁଦେବଙ୍କର ପବିତ୍ର ପାଦୁକା ଓ ଅଙ୍ଗ ବସ୍ତ୍ର ମାତ୍ର ପ୍ରାପ୍ତ ହୋଇ ଦୁଃଖରେ କ୍ରନ୍ଦନ କରିବା ସମୟରେ ଶୂନ୍ୟ ବାଣୀ ଶ୍ରବଣ କରି ଗୁରୁଦେବଙ୍କର ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେବା ଜ୍ଞାତ ହେଲେ। ସେହି ଦିନ ଠାରୁ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ନିଜ ପ୍ରତିଶୃତି ରକ୍ଷାକରି ମହାପ୍ରଭୁ ଭକ୍ତ ମାନଙ୍କୁ ସୂକ୍ଷ୍ମ ଦର୍ଶନ ଦେବାପାଇଁ ନେମାଳରେ ଅବିର୍ଭୂତ ହୁଅନ୍ତି। ଦିର୍ଘ ୭ଶହ ବର୍ଷ ତଳେ ଜନ୍ମ ହୋଇ ଲେଖିଯାଇଥିବା ମାଳିକା ଅଦି ସତ୍ୟରେ ପରିଣତ ହେଉଛି ଓ ବୈଜ୍ଞାନିକ ମାନଙ୍କ ମତ ସହ ତାହା ସମାନ ବୋଲି ଜଣାପଡୁଛି। ତାଙ୍କର ଦିବ୍ୟତ୍ୱ ଓ ମହନୀୟତାକୁ ଅନୁଭବ କରି ସେହି ଦେବଅଂଶୀଙ୍କର ଦେହରକ୍ଷା ପୀଠ ସ୍ଥଳିକୁ ତିର୍ଥ ସ୍ଥଳ ଭାବେ ଗ୍ରହଣ କରାଯାଇଛି।

Comments
Loading...