ଟ୍ରେନ-୧୮ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼

0

ନୂଆଦିଲ୍ଲୀ : ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ ‘ଟ୍ରେନ-୧୮’ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼ କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗୁରୁବାର ଏହି ଟ୍ରେନ ଦିଲ୍ଲୀ ଓ ଆଗ୍ରା ମଧ୍ୟରେ ପରୀକ୍ଷାମୂଳକ ଚଳାଚଳ କରିଥିବାବେଳେ ଏହା ଉପରକୁ କେତେକ ଦୁବୃର୍ତ୍ତ ଟେକା ମାଡ କରିଥିଲେ। ଟେକା ମାଡରେ ଟ୍ରେନର ଗୋଟିଏ ଝରକା କାଚ ଭାଙ୍ଗିଯାଇଥିବା ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି (ଆଇସିଏଫ)ର ସାଧାରଣ ପରିଚାଳକ ସୁଧାଶୁଂ ମନୁ କହିଛନ୍ତି। ଚେନ୍ନଇ ଆଇସିଏଫ ଏହି ଟ୍ରେନକୁ ୧୦୦କୋଟି ଟଙ୍କା ତିଆରି କରିଛି। ଦେଶର ଏହା ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ। ଏହାର ବେଗ ଘଣ୍ଟାପ୍ରତି ୧୮୦ କିମି। ଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନକୁ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ।

Comments
Loading...