ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

0

ପିପିଲି: ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକ ଜଣକ ବେଣାପଞ୍ଜରୀ ଗ୍ରାମର ବୋଲି ଜଣା ପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
ସୂଚନାଯୋଗ୍ୟ ଯେ, ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡା ବଜାର ଛକରେ ମଙ୍ଗଳବାର ୧୨.୩୦ଟା ସମୟରେ ଏକ ଟ୍ରକ ଧକ୍କାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ବ୍ୟକ୍ତି ବାଇକ ଯୋଗେ ପିପିଲିରୁ ନିମାପଡା ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବାଜଣା ପଡିଛି।

Leave A Reply