ଜାଣନ୍ତୁ, ବର୍ଷାଦିନେ ମୁହଁର ଯତ୍ନ କିପରି ନେବେ

0

ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଆସନ୍ତୁ ଜାଣିବା ବଦଳୁଥିବା ଋତୁରେ ତ୍ଵଚାର ଯତ୍ନ କିପରି ନେବା ଉଚିତ .. ..
ଆପଣଙ୍କ ଜୀବନଶୈଳୀ ଓ ଖାଇବାପିଇବା ଆପଣଙ୍କ ତ୍ଵଚାକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ। ଫାଷ୍ଟଫୁଡ ଆପଣଙ୍କ ତ୍ଵଚାର ଚମକ ନଷ୍ଟ କରିଦିଏ। ଖାଇବାପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ।


ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ଠିକ ରୂପେ ତ୍ଵଚାକୁ ସଫା କରନ୍ତୁ। ବର୍ଷାରେ ବାହାରକୁ ବାହାରିବା ସମୟରେ ସର୍ବଦା ସାଙ୍ଗରେ ଛତା ଓ ରୁମାଲ ନେଇଯାଆନ୍ତୁ। ମୁହଁରେ ବେଶୀ ସମୟ ପାଣି ଲାଗି ରହିଲେ ତାହା ମୁହଁକୁ ଖରାପ କରିଥାଏ।
ସବୁ ପ୍ରକାର ପନିପରିବା ଖାଆନ୍ତୁ। କିନ୍ତୁ ପରିବା ଓ ଫଳ ଖାଇବା ସମୟରେ କାଟି କରି ଖାଆନ୍ତୁ।


ଚମକ ବଢ଼ାଇବା ପାଇଁ ଆପଣ ଫେସିଆଲ ମଧ୍ୟ କରିପାରିବେ। କମ ବୟସର ଝିଅମାନେ ଫେସିଆଲ କରିବା ଅନୁଚିତ।
ଗୋଟେ ଚାମଚ ମହୁରେ ଗୋଟେ ଚାମଚ ପାଣି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ, ଶୁଖିଗଲା ପରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁରେ ଥିବା ଧୂଳି ବାହାରି ଯିବ।


ଡ଼େରିରେ ଶୋଇଲେ ତ୍ଵଚାରେ ଅନେକ ଦାଗ ହୋଇଥାଏ, ତେଣୁ ରାତିରେ ଶୀଘ୍ର ଶୋଇବା ଦରକାର।
ତିନୋଟି ବାଦାମ କ୍ଷୀରରେ ପକାଇ ଭିଜେଇ ଦିଅନ୍ତୁ। ବାଦାମ ଫୁଲି ଗଲା ପରେ ତାକୁ ଭଲ ଭାବରେ ପେଶି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ଵଚାର ଚମକ ବଜାୟ ରହିଥାଏ।

Leave A Reply