ଚୀନରେ ବାଣିଜ୍ୟ ନିଅଣ୍ଟ: ୨୦ ବର୍ଷରେ ପ୍ରଥମ

0

ବେଜିଂ: ୨୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଚୀନ ବାଣିଜ୍ୟ ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଚୀନ୍‍ରେ ଆମଦାନୀ ଓ ରପ୍ତାନୀ ମଧ୍ୟରେ ଅସନ୍ତୁଳନ ଦେଖାଦେଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଚୀନ୍‍ର ଚାଲୁ ଖାତା ନିଅଣ୍ଟ ପରିମାଣ ୨୮.୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ୧୭ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି।
ଗତ ୨୦୦୮ରୁ ଚୀନ୍‍ର ଚାଲୁ ଖାତା ବଳକା ପରିମାଣ ହ୍ରାସ ପାଇ ଚାଲିଥିଲା।୨୦୦୭ରେ ଚାଲୁ ଖାତା ବଳକା ପରିମାଣ ଜିଡିପିର ୯.୯ ପ୍ରତିଶତ ଥିବା ବେଳେ ୨୦୧୭ରେ ସେହି ଅନୁପାତ ୧.୩ ପ୍ରତିଶତକୁ ହ୍ରାସ ପାଇଥିଲା।

Leave A Reply