ଚାକିରି ମାଗି ଧରାପଡ଼ିଲେ ପୁଲିସ ବାବୁ

0

ଲକ୍ଷ୍ନୌ: ଅବସର ପରେ ଚାକିରି ଦେବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ। ସୂର୍ଯ୍ୟ କୁମାର ଶୁକ୍ଲା ନାମକ ଏହି ଆଇପିଏସ୍‍ ଅଫିସର ଜଣକ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ଅବସର ପରେ ସରକାରୀ ପଦରେ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ନିକଟକୁ ସେ ଏକ ଚିଠି ଲେଖିଛନ୍ତି।
ଗତ ୨୩ ତାରିଖରେ ଶ୍ରୀ ଶୁକ୍ଲା ଲେଖିଥିବା ଏହି ଅନୁରୋଧ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅବସର ପରେ ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାହୁଁଛନ୍ତି। ଚାକିରି କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି। ତେଣୁ ପ୍ରଚାର ଦାୟିତ୍ୱକୁ ସେ ଠିକ୍‍ ରୂପେ ନିର୍ବାହ କରିପାରିବେ ବୋଲି ନିଶ୍ଚିତ ଅଛନ୍ତି। ତାଙ୍କୁ ଯୋଜନା କମିଶନର କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଉ ବୋଲି ସେ କହିଛନ୍ତି।
ଏହି ପତ୍ର ଭାଇାରାଲ୍‍ ହେବା ପରେ ଶ୍ରୀ ଶୁଳ୍କା କହିଛନ୍ତି ଯେ ସବୁ ସରକାରୀ ଅଧିକାରୀମାନେ ଅବସର ପରେ ପୁଣି ଥରେ କାର୍ଯ୍ୟ କରିବାକୁ ଆଗ୍ରହୀ ରହିବା ସ୍ୱାଭାବିକ। ତାଙ୍କର ଚାକିରି କାର୍ଯ୍ୟକାଳ ନିର୍ବିବାଦୀୟ ହୋଇଥିବାରୁ ସେ ପୁନଃଚାକିରି ପାଇଁ ଆଶାୟୀ ଅଛନ୍ତି। ସୂଚନାଯୋଗ୍ୟ ଗତ ଫେବୃଆରୀ ମାସରେ ଲକ୍ଷେ୍ନø ବିଶ୍ୱବିଦ୍ୟାଳୟର ଏକ ଉତ୍ସବ ଅବସରରେ ଶ୍ରୀ ଶୁଳ୍କା ଶୀଘ୍ର ରାମ ମନ୍ଦିର ନିର୍ମାଣ ଦାବି ଉପସ୍ଥାପନ କରି ବିବାଦକୁ ଆସିଥିଲେ।

Leave A Reply