ଘରୁ ବାହାରୁଥିବା ଏହି ବିଷାକ୍ତ ବାୟୁ ଯୋଗୁଁ ଭାରତରେ ମରୁଛନ୍ତି ୧୩ଲକ୍ଷ ଲୋକ

0

ନୂଆଦିଲ୍ଲୀ : ଘର ଭିତରେ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ଏକ ବଡ ସ୍ୱାସ୍ଥ୍ୟ ଜନିତ ସମସ୍ୟା। ବାହର ବାୟୁ ତୁଳନାରେ ଘର ଭିତରେ ଥିବା ବାୟୁରେ ୧୦ ପ୍ରତିଶତ ବିଷାକ୍ତ ପଦାର୍ଥ ରହିଛି। ଖରାପ ବାୟୁ ଦ୍ୱାରା ଲୋକମାନେ ବହୁ ରୋଗର ସମ୍ମୁଖୀନ ହୋଇଥାଆନ୍ତି। ଦିନକୁ ଦିନ ଏହି ସ୍ଥିତି ବିଗିଡିବାକୁ ଲାଗିଛି, କାରଣ ଭାରତରେ ଏ ବିଷୟରେ କୌଣସି ନିର୍ଦିଷ୍ଟ ଆଇନ ନାହିଁ। ତେଣୁ ଏହାର ବାସ୍ତବିକ ସ୍ଥିତି ଜଣାପଡିନାହିଁ।
ହାର୍ଟ କେୟାର ଅଫ ଇଣ୍ଡିଆର ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼ଃ କେ.କେ.ଅଗ୍ରୱାଲଙ୍କ ମତରେ ଲୋକମାନେ ଜୀବନର ୯୦ ପ୍ରତିଶତ ଘର ମଧ୍ୟରେ ବିତାଇଥାନ୍ତି। ୫୦ ପ୍ରତିଶତରୁ ଅଧିକ ଅଫିସ କିମ୍ବା େଓøଦଗିକ ବାତାବରଣ ମଧ୍ୟରେ କାମ କରିଥାନ୍ତି। ଏହାଦ୍ୱାରା ବାୟୁଜନିତ ରୋଗ ସୃଷ୍ଟି ହୋଇଥାଏ। ସେ ଆହୁରି କହିଛନ୍ତି, ରାସାୟନିକ ସାମଗ୍ରୀ, ଘରୁ ବାହାରୁଥିବା ବର୍ଜ୍ୟ ବସ୍ତୁ, ଧୂଳି, ସଂକ୍ରମିତ ବର୍ଯ୍ୟବସ୍ତୁ, ଧୁମ୍ରପାନ ଧୂଆଁ ଆଦି ରହିଛି। ବର୍ତ୍ତମାନ ଭାରତରେ ଘର ମଧ୍ୟରେ ବାୟୁ ନିଜର ଗୁଣବତ୍ତା ହରାଇସାରିଛି। ଗୃହ ମଧ୍ୟରେ ସୃଷ୍ଟି ହେଉଥିବା ବିଷାକ୍ତ ବାୟୁର ପ୍ରଭାବ ଘର ମଧ୍ୟରେ କିଛି ବର୍ଷ ପର୍ଯ୍ୟନ୍ତ ରହିପାରେ। ଘର ମଧ୍ୟରେ ବିଷାକ୍ତ ବାୟୁ ସୃଷ୍ଟି ହେବାଫଳରେ ଆଖି, ନାକ ଓ ଗଳାରେ ଜଳିବା, ମୁଣ୍ଡ ବ୍ୟଥା ଆଦି କାରଣ ଦେଖାଦେଇଥାଏ। ଏହା ବୃଦ୍ଧି ପାଇବା ଦ୍ୱାରା ହୃଦରୋଗ, କ୍ୟାନସର ଭଳି ଭୟାନକ ରୋଗର ଶିକାର ହୋଇଥାନ୍ତି।
ଡ଼ଃ ଅଗ୍ରୱାଲଙ୍କ ମତରେ ଗୃହ ମଧ୍ୟରେ ସୃଷ୍ଟି ହେଉଥିବା ବିଷାକ୍ତ ବାୟୁରୁ ରକ୍ଷା ପାଇବା ପାଇଁ ଗୃହର ସମସ୍ତ ଝରକା, କବାଟ ଖୋଲା ରଖିବା ଦରକାର। କିନ୍ତୁ, ଏହା କିଛି ବାୟୁ ପ୍ରଦୃଷଣ ସହରରେ ହୋଇପାରିବ ନାହିଁ। ଚାଲନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଗୃହଜନିତ ବିଷାକ୍ତ ବାୟୁରୁ ରକ୍ଷା ପାଇପାରିବା।
ଗୃହ ମଧ୍ୟରେ ଅଧିକରୁ ଅଧିକ ବୃକ୍ଷ ଲଗାନ୍ତୁ ଯାହା ବାୟୁ ପ୍ରଦୂଷଣରୁ ରକ୍ଷା କରିପାରିବ। ମନିପ୍ଲାଣ୍ଟ, ପାମ, ମଦର-ଇନ-ଲାଂଜ ଆଦି ଗଛ ଲଗାନ୍ତୁ।
ଗୃହ ମଧ୍ୟରେ ଯେପରି ଧୂମ୍ରପାନ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ଫ୍ରିଜ୍‍ ଓ ଓଭାନ ମଧ୍ୟରୁ ବାହାରୁଥିବା ଧୂଆଁ କିଛି ସମୟରେ ବିଷାକ୍ତ ହୋଇଥାଏ। ତେଣୁ ଏହାର ଉପଯୁକ୍ତ ସମୟରେ ସର୍ଭିସିଂ କରିବା ଆବଶ୍ୟକ।
ଘରର ସମସ୍ତ କୋଣ ଏବଂ ଗୃହ ମଧ୍ୟରେ ଥିବା ବଡ ଜିନିଷ ତଳେ ଥିବା ଧୂଳିକୁ ସଫା କରିବା ଦରକାର। ଯାହା ବାୟୁ ପ୍ରଦୂଷଣ ସୃଷ୍ଟି କରିଥାଏ।
ଗୃହ ମଧ୍ୟରେ କୀଟନାଶକ େଓøଷଧ ବ୍ୟବହାର କମ କରିବା ଦରକାର। କାରଣ ବିଷାକ୍ତ ବାୟୁ ସହ ମିଶି ଏହା ବାୟୁକୁ ଅଧିକ ବିଷାକ୍ତ କରିଥାଏ।

Leave A Reply