ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଚଢଉ ; ୩ ଗିରଫ

ଭୁବନେଶ୍ବର : ବେଆଇନ ବ୍ୟବସାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଚଢଉ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଦିଲରପୁର ଠାରେ ଥିବା ତାଙ୍କ ବାସଭବନରେ ଏସ୍ଟିଏଫ୍ ଟିମ୍ ପକ୍ଷରୁ ବୁଧବାର ଭୋର ସମୟରେ ଚଢଉ କରାଯାଇଛି । ଚଢଉ ବେଳେ ଟିଟୋର ଦୁଇ ଜଣ ଭାଇ ଜି ବାବୁ ଓ ଏସକେ ଜିତୁଙ୍କ ସମେତ ଜଣେ ସଂପର୍କୀୟ ଗିରଫ ହୋଇଛନ୍ତି । ପଚରାଉଚୁରା ପାଇଁ ସେମାନଙ୍କୁ ଏସ୍ଟିଏଫ୍ ଟିମ୍ ହାଜତକୁ ନେଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ ୨୮ ତାରିଖରେ ଟିଟୋ ସହ ତାର ୬ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଚଣ୍ଡିଖୋଲରୁ ଗିରଫ କରିଥିଲା ।
Comments are closed.