ଗୋରୁ ବୋଝେଇ ଟ୍ରକ ଅଟକ, ୩୦୦ ଗୋରୁ ଉଦ୍ଧାର

0

ଢେଙ୍କାନାଳ: ଗଁଦିଆ ବସ୍‍ ଷ୍ଟାଣ୍ଡ ନିକଟରେ ଚାରୋଟି ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଟ୍ରକଗୁଡ଼ିକରୁ ପ୍ରାୟ ୩୦୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗୋରୁମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଆକ୍ରେଶରୁ ବର୍ତ୍ତିବା ପାଇଁ ସବୁ ଟ୍ରକ୍‍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

Leave A Reply