ଗୋଆରେ ବ୍ରିଟିଶ ପର୍ଯ୍ୟଟକଙ୍କୁ ବଳାତ୍କାର

0

ପାଣାଜୀ : ଗୋଆର ପାଲୋଲେମ ବେଳାଭୂମିରେ ଜଣେ ୪୮ବର୍ଷୀୟା ବ୍ରିଟିଶ ମହିଳା ପର୍ଯ୍ୟଟକ ବଳାତ୍କାର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଟ୍ରେନ୍‌ ଧରିବାରେ ବିଫଳ ହୋଇ କାନାକୋନା ସହର ରେଳ ଷ୍ଟେସନ୍‌ରୁ ବେଳାଭୂମି ଆଡ଼କୁ ଯାଉଥିବାବେଳେ ଭୋର ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଛି। ବଳାତ୍କାର କରିଥିବା ଯୁବକ ମହିଳାଙ୍କ ଜିନିଷପତ୍ର ଲୁଟ୍‌ କରି ଫେରାର ହୋଇଯାଇଛି। ସମ୍ପୃକ୍ତ ମହିଳା ଗତ ୧୦ବର୍ଷ ହେଲା ନିୟମିତ ଗୋଆ ଭ୍ରମଣରେ ଆସୁଥିବା ପୁଲିସ କହିଛି।

Leave A Reply