ଗୁରୁବାର ରାଶିଫଳ

0

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଥିବା ବେଳେ ବ୍ୟୟ ବୃଦ୍ଧି ଅବଶ୍ୟ ଘଟିବ। ମନରେ ବିଷଣ୍ଣ ଭାବ ଦେଖା ଦେଇପାରେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ। ମଧୁରଭାଷୀ ହେବେ।
ବୃଷ: ଉପୁଜି ଥିବା ଜଟିଳ ପରିସ୍ଥିତିର ଆଶୁ ପ୍ରତିକାରର ମାର୍ଗ ଉନ୍ମୁମକ୍ତ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମିଥୁନ: କର୍ମକ୍ଷେତ୍ରରେ ଆଂଶିକ ସଫଳତା ମିଳିପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ରୁଚିକର ଭୋଜନ ମିଳିବ। ସତ୍‍କାର୍ଯ୍ୟରେ ବ୍ୟୟ କରିବେ। ବିଳାସ ବ୍ୟସନରେ ଦିନ ବିତାଇବେ। ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ।
କର୍କଟ: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। କର୍ମ ଚଞ୍ଚଳ ରହିବେ। ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବିଳାସ-ବ୍ୟସନରେ ଦିନ ବିତାଇ ପାରନ୍ତି। ଅର୍ଥ ମିଳିବ। ସମୃଦ୍ଧି ମାର୍ଗରେ ବଢ଼ିବେ।
ସିଂହ: ବନ୍ଧୁଙ୍କ ଉପରେ ସନ୍ଦେହଜାତ ହେବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।
କନ୍ୟା: ଧୈର୍ଯ୍ୟଧରି କର୍ମ ପଥରେ ଆଗକୁ ବଢ଼ିଲେ ବିଶେଷ ଉପକୃତ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ। ବିଭିନ୍ନ ଦିଗରୁ ଆୟ ଆସି ଆର୍ଥିକ ସ୍ଥିତିକୁ ସମୃଦ୍ଧ କରିବ।
ତୁଳା: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରୀତିଲାଭ କରିବେ। ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ବିଛା: ଭ୍ରାତୃ ବିବାଦର ଅବସାନ ଘଟିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ହଠାତ୍‍ କିଛି ଧନ ମିଳିପାରେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପନ୍ନ କରିବେ।
ଧନୁ: ଚନ୍ଦ୍ର କଲ୍ୟାଣକାରୀ ଭାବେ ଥିବାରୁ ସମସ୍ତ ଅସୁବିଧା ଦୂର ହେବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୃଷିକ୍ଷେତ୍ରରେ ନିଜକୁ ନିୟୋଜିତ କରି ସଫଳତା ପାଇଁ ଆଶାୟୀ ହେବେ। ଯାନବାହନ ସୁଖ ମିଳିବ। ଦାନଶୀଳ ହେବେ।
ମକର: କ୍ଷମତାର ଅପବ୍ୟବହାର କଲେ ପରେ ଯାତନା ଭୋଗିବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ହେବେ। ବନ୍ଧୁ ସହଯୋଗ ମିଳିବ।
କୁମ୍ଭ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଭ୍ରମଣ ଯୋଗ ଅଛି। କର୍ତ୍ତବ୍ୟ ପରାୟଣ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ମିଥ୍ୟା ଅଭିଯୋଗ ପାଇ ବିରକ୍ତ ହେବେ। ସମ୍ମାନିତ ହେବେ।
ମୀନ: ଧର୍ମ-କର୍ମ ସଂପାଦନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବହୁ ଶୁଭଫଳ ଆଶା କରାଯାଏ। ପାରିବାରିକ ସମସ୍ୟାର ସମାଧାନ ହେବ। ପତି ପତ୍ନୀ ପରସ୍ପର ପରିପୂରକ ହେବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

Leave A Reply