ଗଞ୍ଜାମ ଜିଲାରେ ଆଂଶିକ ସଟ୍-ଡ଼ାଉନ

- ଅତ୍ୟାବଶ୍ୟକ ସାମଗ୍ରୀ ନିମନ୍ତେ ସକାଳ ୭ରୁ ଦିନ ୧୨ ପର୍ଯ୍ୟନ୍ତ ବଜାର ଖୋଲା

ବ୍ରହ୍ମପୁର: କରୋନା ପରିସ୍ଥିତିକୁ ଦେଖି ଗଞ୍ଜାମ ଜିଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲାକୁ ଆଂଶିକ ସଟ୍ଡ଼ାଉନ୍ କରିବା ସହ ଅତି ଜରୁରୀ କାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ନିମନ୍ତେ ସକାଳ ୭ରୁ ଦିନ ୧୨ ପର୍ଯ୍ୟନ୍ତ ଲୋକମାନଙ୍କୁ କୁହାଯାଇଛି । ତେବେ ବଜାର କରିବାକୁ ଯିବା ନିମନ୍ତେ ବାଇକ୍ ବା କୌଣସି ମୋଟର ଯାନ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅତି ଜରୁରୀ ଡ଼ାକ୍ତରୀ ସେବାର ଆବଶ୍ୟକ ଥିଲେ ତହସିଲଦାରଙ୍କ ଅନୁମତି କ୍ରମେ ସେମାନଙ୍କୁ ଯିବା ପାଇଁ ପାସ୍ ଯୋଗାଇ ଦିଆଯିବ । ଯେଉଁମାନେ ସରକାରୀ ନିର୍ଦେଶର ଉଲ୍ଲଙ୍ଘନ କରିବେ ସେମାନଙ୍କୁ କ୍ବାରେଣ୍ଟାଇନ୍ ହୋମକୁ ପଠାଇ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ।

ଏହା ସହିତ ଘରୁ ବାହାରିବା ବେଳେ ସମସ୍ତେ ମୁହଁକୁ ମାସ୍କରେ ଘୋଡ଼ାଇ ବାହାରିବେ ବୋଲି ମଧ୍ୟ ଜିଲାପାଳ ନିର୍ଦେଶ ଦେଇଛନ୍ତି।

Comments are closed.