ଖଟିଆରେ ବୁହା ହେଲେ ଗର୍ଭବତୀ

0

ମାଲକାନଗିରି: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଏପରି ଘଟଣା ମାଲକାନଗିରି ଜିଲା କରୁକୋଣ୍ଡା ବ୍ଲକର ଡୁଟେଲଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଡୁଟେଲଗୁଡ଼ା ଗ୍ରାମର ପାର୍ବତୀ ଖିଲ ପ୍ରସବ ବେଦନାରେ ଛଟପଟ ହେଉଥିଲା ବେଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ମଧ୍ୟକୁ ଯାଇ ପାରିନଥିଲା । ବାଧ୍ୟହୋଇ ପରିବାର ଲୋକେ ଏକ ଖଟିଆରେ ପାର୍ବତୀଙ୍କୁ ବୋହି ବୋହି ୩କିମି ଦୂର କୋୟଗୁଡା ଗ୍ରାମକୁ ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।

Leave A Reply