କଲକାତା ମେଡିକାଲ୍ କଲେଜରେ ଅଗ୍ନିକାଣ୍ଡ
କଲକାତା: କଲକାତାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ଗତକାଲି ଏକ ବଜାରରେ ନିଅାଁ ଲାଗିଥିବା ବେଳେ ଆଜି ଏକ ମେଡିକାଲ୍ କଲେଜ୍ରେ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ୨୫୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରୀୟ କଲକାତା ସ୍ଥିତ କଲକାତା ମେଡିକାଲ୍ କଲେଜ୍ରେ ବୁଧବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ ମେଡିକାଲ୍ କଲେଜର ଫାର୍ମାସି ବିଭାଗରେ ନିଅାଁ ଲାଗିଥିବା ଜଣାପଡ଼ିଥିଲା। ଏହାପରେ ନିଅାଁ ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ, ପୁଲିସ ସମେତ କଲକାତା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାହିନୀ ସେଠାରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମେଡିକାଲ୍ କଲେଜ୍ କୋଠା ଧୂଅାଁରେ ଭର୍ତ୍ତି ହୋଇଯାଇଛି।
ନିଆଁ ଲାଗିବା ପରେ ରୋଗୀଙ୍କୁ ଷ୍ଟ୍ରେଚରରେ ଅନ୍ୟ କୋଠାକୁ ନିଆଯାଇଥିଲା। କେତେକ ରୋଗୀଙ୍କୁ ସାଲାଇନ୍ ଲାଗିଥିବା ଅବସ୍ଥାରେ କେବଳ ବେଡ୍ସିଟ୍ ସହାୟତାରେ ନିଆଯାଉଥିôବା ଦେଖାଯାଇଥିଲା। ପର୍ଯ୍ୟାୟକ୍ରମେ ରୋଗୀଙ୍କୁ ଆମ୍ବଲାନ୍ସ ଯୋଗେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।
ଏହା ପୂର୍ବରୁ ୨୦୧୧ରେ କଲକାତା ସ୍ଥିତି ଆମ୍ରି ହସ୍ପିଟାଲ୍ରେ ନିଅାଁ ଲାଗି ୯୨ ଜଣଙ୍କ ମୃତ୍ୟୁ ଘଟିଥିଲା।