କରୋନା: ଭାରତରେ ୨୧ରୁ ୪୦ ବର୍ଷ ବର୍ଗ ସବୁଠୁ ବେଶୀ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାକୁ ନେଇ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ କରୋନାରେ ଭାରତରେ ୨୧ରୁ ୪୦ ବର୍ଷ ବୟସର ବ୍ୟକ୍ତିବିଶେଷ ସବୁଠୁ ବେଶୀ ସଂକ୍ରମିତ ହୋଇଛନ୍ତି। ଦେଶରେ ଯେତିକି କରୋନା ପଜିଟିଭ୍ ରିପୋର୍ଟ ଆସିଛି ସେଥିମଧ୍ୟରୁ ୨୦ ବର୍ଷ ବୟସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୯%। ସଂକ୍ରମିତଙ୍କ ମଧ୍ୟରୁ ୪୨% ହେଉଛନ୍ତି ଯୁବ ପିଢ଼ି। ସେମାନଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ। ଅନୁରୂପ ଭାବରେ ୩୨% କରୋନା ସଂକ୍ରମିତଙ୍କ ବୟସ ୪୧ ବର୍ଷରୁ ୬୦ ବର୍ଷ ମଧ୍ୟରେ। ଅବଶିଷ୍ଟ ସଂକ୍ରମିତଙ୍କ ବୟସ ୬୦ ବର୍ଷରୁ ଅଧିକ ଏବଂ ସେମାନଙ୍କ ସଂଖ୍ୟା ହେଲା ୧୭%।

ତେବେ ଏପର୍ଯ୍ୟନ୍ତ ଭାରତରେ ଏହି ସଂକ୍ରମଣରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଟି ରାଜ୍ୟର ନିଜାମୁଦ୍ଦିନ ଫେରନ୍ତା ୧ହଜାର ୨୩ଜଣଙ୍କ ଠାରେ ସଂକ୍ରମଣ ଦେଖାଦେଇଛି।

Comments are closed.