ସାପ କାମୁଡାରେ ବାଳକର ମୃତ୍ୟୁ

0

ବ୍ରହ୍ମପୁର: ବିଷଧର ସାପ କାମୁଡ଼ାରେ ଜଣେ ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କୋଦଳା ଥାନା ଅନ୍ତର୍ଗତ ଆଠଗଡ଼ ନିକଟସ୍ଥ ବାଉଁଶିଆ ନୂଆପଲ୍ଲୀ ଗ୍ରାମର ସନ୍ତୋଷ ନାହାକଙ୍କ ପୁଅ ବିକାଶ ନାହାକ ରାତିରେ ଶୋଇଥିବା ସମୟରେ ଏକ ବିଷଧର ସାପ ତାକୁ କାମୁଡ଼ିଥିଲା । ଯାହାଫଳରେ ସେ ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ମାଆ ବାସନ୍ତୀ ନାହାକ ପୁଅକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ କୋଦଳା ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Leave A Reply