କମୁଛି ଐଶ୍‌ଙ୍କ କିମିଆ !

0

ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କ୍ୟାରିୟର ଏବେ ଦୋଦୁଲ୍ୟମାନ ସ୍ଥିତିରେ। କନ୍ୟା ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେବା ପରେ ଐଶ୍‌ କିଛି ବର୍ଷ ପାଇଁ ବିରତି ନେଇଥିଲେ। ତେବେ ୨୦୧୫ରେ ଏକ ଦମ୍‌ଦାର୍‌ କାହାଣୀ ଥିବା ଚଳଚ୍ଚିତ୍ର ‘ଜଜ୍‌‌ବା’ରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିରେ ତାଙ୍କ ସହ-କଳାକାର ଭାବେ ଇରଫାନ୍ ଖାନ୍ ଅଭିନୟ କରିଥିଲେ। ଐଶ୍ ବଳିଷ୍ଠ ଅଭିନୟ କରିଥିଲେ ମଧ୍ୟ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ସେଭଳି କିମିଆ କରିପାରିଲାନାହିଁ; ତଥାପି ହତୋତ୍ସାହିତ ନ ହୋଇ ଐଶ୍ ଏଥରକ କରନ୍‌ ଜୋହର୍‌ଙ୍କ ‘ଏ ଦିଲ୍ ହୈ ମୁସକିଲ୍’ରେ ଅଭିନୟ କଲେ। ଏହି ଗ୍ଲାମରସ୍‌ ଭୂମିକା ନିମନ୍ତେ ତାଙ୍କୁ ପ୍ରଶଂସା ମିଳିଲା ସତ କିନ୍ତୁ ଏଭଳି ଭୂମିକା ସେ ଆଉ ଆଗାମୀଦିନରେ ଗ୍ରହଣ କରିବେନାହିଁ ବୋଲି ମଧ୍ୟ ସ୍ପଷ୍ଟ ହେଲା। କାରଣ ବଚ୍ଚନ ପରିବାରସଦସ୍ୟ ଐଶଙ୍କର ଏଇ ଭୂମିକାକୁ ନେଇ ଖୁବ୍ ଅସନ୍ତୁଷ୍ଟ ହୋଇଥିଲେ। ନିକଟରେ ଐଶ୍‌ ଅଭିନୀତ ‘ଫନ୍ନେ ଖାନ୍’ ମୁକ୍ତିଲାଭ କରିଥିଲା। ତାହା ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିପାରିନି। ମିଳିଥିବା ଖବର ଅନୁସାରେ ନିର୍ଦେଶକ ସଞ୍ଜୟ ଲୀଳା ଭଁସାଲୀ ତାଙ୍କ ଆଗାମୀ ଐତିହାସିକ ଚଳଚ୍ଚିତ୍ର ନିମନ୍ତେ ଐଶ୍‌ଙ୍କୁ ଚୁକ୍ତି କରିବାକୁ ଇଚ୍ଛୁକ। ତେବେ ଐଶ୍ ରାଜି ହେଉନାହାନ୍ତି। ଏ ବାବଦରେ ଐଶ୍‌ଙ୍କ ଟିମ୍‌ କହିଛନ୍ତି ପ୍ରଥମେ ଏହି ଚଳଚ୍ଚିତ୍ର ନିମନ୍ତେ ଐଶ୍‌-ଅଭିଷେକ ବଚ୍ଚନ ଅଭିନୟ କରିବାର ଥିଲା। ପରେ କିନ୍ତୁ ଅଭିଷେକଙ୍କୁ ବାଦ୍‌ ଦିଆଯିବାରୁ ଐଶ୍‌ ମଧ୍ୟ ଓହରି ଆସିଥିଲେ। ଅନ୍ୟପାଖେ ସଞ୍ଜୟଙ୍କ ମୁଖପାତ୍ର କହିଛନ୍ତି, ‘ଜଜ୍‌ବା’ ଓ ‘ ଫନ୍ନେ ଖାନ୍’ ଦୁଇଟି ଚଳଚ୍ଚିତ୍ରରେ ଐଶ୍‌ଙ୍କ ଅଭିନୟ ଦେଖିବା ପରେ ଭଁସାଲୀ ତାଙ୍କୁ ସୁଯୋଗ ଦେବା କଷ୍ଟକର।

Leave A Reply