ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

0

ଜାକର୍ତ୍ତା: ଏସୀୟ କ୍ରୀଡ଼ାର ତୃତୀୟ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଓ ଏକ କାଂସ୍ୟ ପଦକ ମିଳିଛି। ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିମଧ୍ୟରୁ ୩ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ରହିଛି। ପୂର୍ବରୁ ଭାରତକୁ ଦୁଇଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଥିବା ବେଳେ ଆଜି ଆଉ ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଆଜିର ଦୁଇଟି ଯାକ ପଦକ ବନ୍ଧୁକ ଚାଳନାରୁ ମିଳିଛି।
ଆଜି ୧୬ ବର୍ଷ ବୟସ୍କ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ୍‍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ ୨୪୦.୭ ପଏଣ୍ଟ ପାଇ ସୌରଭ ଏସୀୟ କ୍ରୀଡ଼ାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ପ୍ରତିଯୋଗିତାରେ ୨୧୯.୩ ପଏଣ୍ଟ ସହିତ ଭାରୀୟ ସୁଟର ଅଭିଷେକ ବର୍ମା କାଂସ୍ୟ ପଦକ ଜିତିଛନ୍ତି। ଜାପାନର ତୋମୋୟକି ମାଟସୁଡା ୨୩୯.୭ ପଏଣ୍ଟ ସହିତ ରୌପ୍ୟ ପଦକ ପାଇଛନ୍ତି।

Leave A Reply