ଏମିତି ଏକ ହୋଟେଲ, ଯେଉଁଠି ସ୍ବାଗତ କରନ୍ତି ଡାଇନୋସର୍‌

0

ଜ୍ଞାନକୌଶଳର କରାମତିରେ ବର୍ତ୍ତମାନ ସବୁକିଛି ସମ୍ଭବପର। ଏଇ କିଛିଦିନ ହେବ, ଜାପାନର ରାଜଧାନୀ ଟୋକିଓର ପୂର୍ବଭାଗ​‌େ​‌ର ଥିବା ଏକ ହୋଟେଲରେ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଭିନ୍ନ ସେବା ଆରମ୍ଭ ହୋଇଛି। ଗ୍ରାହକ ହୋଟେଲର ରିସେପ୍ସନ୍‌ରେ ପହଞ୍ଚି କୌଣସି ତଥ୍ୟ ଜାଣିବାକୁ ଚାହିଁଲେ, ସମ୍ମୁଖରୁ ୨ଟି ବୃହତ୍ ଡାଇନୋସର୍‌ ଆସି ସବୁ ତଥ୍ୟ ଦେବେ। ଭୟଭୀତ ନ ହୋଇ ବରଂ ସେମାନଙ୍କ ସୂଚନା ଶୁଣିବାକୁ ଗ୍ରାହକଙ୍କୁ ସେଠାରେ ଲିଖିତ ଭାବେ ଅନୁରୋଧ କରାଯାଇଛି। କାରଣ ଏମାନେ ହେଲେ ରୋବଟ୍‌ ଚାଳିତ ଡାଇନୋସର୍। ତେବେ ଦୁର୍ବଳମନା ବ୍ୟକ୍ତିି ଏଇ ହୋଟେଲକୁ ନ ଆସିବାକୁ ମଧ୍ୟ ସୂଚନା ଦିଆଯାଇଥିବାର ପ୍ରକାଶ। ହୋଟେଲ ରିସେପ୍ସନ୍ ନିକଟରେ ଲାଗିଥିବା ସେନସର୍ ଅନୁସାରେ ରୋବଟ୍ ଡାଇନୋସର୍‌ ପରିଚାଳିତ ହୋଇଥାଏ। ଇଂରାଜୀ, ଜାପାନୀ, ଚୀନା, କୋରିଆ ଇତ୍ୟାଦି ଭାଷାରେ ଡାଇନୋସର୍‌ କଥା କହିପାରିଥାଏ। ଏହା ସହ ପ୍ରତ୍ୟେକ କକ୍ଷରେ ରହିଛି ଗ୍ରାହକଙ୍କ ନିମନ୍ତେ ମିନି ରୋବଟ୍। ଏମାନେ ଖାଦ୍ୟ ବରାଦ୍‌ଠାରୁ ଆରମ୍ଭ କରି ବିଛଣା ସଜାଡ଼ିବା, ଟିଭିର ଚ୍ୟାନେଲ୍‌ ପରିବର୍ତ୍ତନ କରିବା ଆଦି ସବୁ କାମ କରିପାରନ୍ତି। ହୋଟେଲର ଦିନପିଛା ଭଡ଼ା ୭୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବାର ଜଣାପଡ଼ିଛି।

Leave A Reply