ଏଣିିକି ଗୋଟିଏ ଦେଶ ଗୋଟିଏ ମୋଟର ଟିକସ ବ୍ୟବସ୍ଥା

0

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଏକକ ମୋଟର ଯାନ ଟିକସ ଓ ପରମିଟ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଚିନ୍ତା କରୁଛି। ପ୍ରାଥମିକ ପର୍ଯ୍ୟାୟରେ କେବଳ ନୂଆ କାର ଓ ମୋଟରସାଇକେଲ୍‍ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯିବ। ପ୍ରଚଳିତ ବ୍ୟବସ୍ଥାରେ ବିଭିନ୍ନ ରାଜ୍ୟରେ ମୋଟର ଯାନ ଟିକସ ହାର ଭିନ୍ନ ଭିନ୍ନ ରହୁଥିବାରୁ ଲୋକମାନେ ଗାଡ଼ି କିଣିବା ପରେ କମ୍‍ ଟିକସ ହାର ଥିବା ରାଜ୍ୟରେ ପଞ୍ଜିକରଣ କରୁଛନ୍ତି। ଏହାଦ୍ୱାରା ଟିକସ ହାର କମ୍‍ ଥିବା ରାଜ୍ୟ ଉପରେ ଅଧିକ ଚାପ ପଡ଼ୁଥିବା ବେଳେ ଅନ୍ୟ ରାଜ୍ୟର ରାଜସ୍ୱ ହ୍ରାସ ପାଉଛି। ‘ୱାନ୍‍ ନେସନ୍‍ ୱାନ୍‍ ଟ୍ୟାକ୍ସ ଓ ପରମିଟ୍‍’ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମୋଟର ଯାନ ଆଇନ୍‍ ଅଧୀନରେ ଆସୁଥିବା ମାମଲାର ଜଟିଳତା ହ୍ରାସ ପାଇବ ଏବଂ ପରିବହନ ଖର୍ଚ୍ଚ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave A Reply