ଇଣ୍ଡିଆନ ସ୍କୁଲ ବାସ୍କେଟବଲ ଫାଇନାଲ ଲିଗ୍‍: ୟୁନି୍‍ଟ-୯ ବାଳକ; ୟୁନିଟ-୪ ବାଳିକାରେ ଚମ୍ପିଆନ

0

ଭୁବନେଶ୍ୱର: ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ ଓ ଓଡ଼ିଶା ବାସ୍କେଟବଲ ଆସୋସିଏସନ ଆନୁକୂଲ୍ୟରେ ୟୁନିଟ-୧ ସ୍ଥିତ ଇନ୍‍ଡୋର ହଲ ବାସ୍କେଟବଲ କମ୍ପେ୍ଲକ୍ସରେ ଚାଲିଥିବା ଇଣ୍ଡିଆନ ସ୍କୁଲ ବାସ୍କେଟବଲ ଲିଗ୍‍-୨୦୧୮ ଭୁବନେଶ୍ୱର ଚାପ୍ଟର ଫାଇନାଲ ରାଉଣ୍ଡ ଉଦ୍‍ଯାପିତ ହୋଇଯାଇଛି। ଏଥିରେ ବାଳକ ବିଭାଗରେ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ଚମ୍ପିଆନ, ମଦର୍ସ ପବ୍ଲିକ ସ୍କୁଲ ରନର୍ସଅପ ଓ ଡିପିଏସ୍‍ କଳିଙ୍ଗା ଦ୍ୱିତୀୟ ରନର୍ସଅପ ହୋଇଛନ୍ତି। ବାଳିକାରେ ୟୁନିଟ୍‍-୪ ବାଳିକା ଉଚ୍ଚ ବିଦ୍ୟାଳୟ ଚମ୍ପିଆନ, ମଦର୍ସ ପବ୍ଲିକ ସ୍କୁଲ ରନର୍ସଅପ ଓ ଡିଏଭି ପବ୍ଲିକ ସ୍କୁଲ ସିଡ଼ିଏ ତୃତୀୟ ସ୍ଥାନ ହାସଲ କରିଛି। ଅତିଥି ଭାବେ ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ ସଭାପତି ମକ୍‍ବୁଲ ଅଲ୍ଲୀ, ଓଡ଼ିଶା ବାସ୍କେଟବଲ ଆସୋସିଏସନ ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ସାହୁ, ସୁମନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ କୃତି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ବାଳକ ବିଭାଗରେ ଚମ୍ପିଆନ ୟୁନିଟ-୯ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ବିଭାଗରେ ଚମ୍ପିଆନ ୟୁନିଟ-୪ ବାଳିକା ଉଚ୍ଚ ବିଦ୍ୟାଳୟ ଇଣ୍ଡିଆନ ସ୍କୁଲ ବାସ୍କେଟବଲ ଲିଗ୍‍ ଜାତୀୟ ପ୍ରତିଯୋଗିତାରେ ଖେଳିବା ଲାଗି ଯୋଗ୍ୟତା ହାସଲ କରିଛନ୍ତି।

Leave A Reply