ଆହୁରି ଖସିଲା ଟଙ୍କା ମୂଲ୍ୟ

0

ମୁମ୍ବଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସର ଧାରା ଜାରି ରହିଛି। ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ନିମ୍ନସ୍ତରକୁ ଖସି ଆସିଥିଲା। ଗୁୁରୁବାର ସେଥିରେ ଆହୁରି ହ୍ରାସ ପାଇ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ଗୁରୁବାର ୍ରଆନ୍ତଃବିନିମୟ ବଜାରରେ କାରବାର ଆରମ୍ଭ ହେବା ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୪୪ ପଇସା ହ୍ରାସ ପାଇ ୭୩.୭୭ରେ ପହଞ୍ଚିଥିଲା। ଆନ୍ତର୍ଜାତିକ ବଜାରରେ ଡଲାର ଚାହିଦା ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଟଙ୍କା ମୂଲ୍ୟ ଦୁର୍ବଳ ହେଉଥିବା ବେଳେ ଏହାର ପ୍ରଭାବରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍‍ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।

Leave A Reply